-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଖୁଜେନ ସଂରକ୍ଷିତ ଜଙ୍ଗଲ (ପାହାଡ) ରେ କୌଣସି କାରଣରୁ ନିଆଁ ଲାଗିଯାଇଛି। ବହୁସଂଖ୍ୟକ ମୁଳ୍ୟବାନ ସାଗୁଆନ ଗଛସହ ଅନ୍ଯାନ୍ଯ ମୁଳ୍ୟବାନ ବଡବଡ ଗଛ ଥିବା ଯୋଗୁଁ ବିଭିନ୍ନ ପଶୁପକ୍ଷୀ ମଧ୍ଯ ଏହି ପାହାଡରେ ଦେଖାଯାଆନ୍ତି। ବିଶେଷ କରି ବିଲୁପ୍ତ ହୋଇ ଯାଉଥିବା ଝିଙ୍କ (ସାଇ) ବଜ୍ରକାପ୍ତା (ସଲକାତି) ଭଲି ଜିବ ଏଠାରେ ଦେଖା ଯାଉଥିବା ସ୍ଥାନିୟ ଲୋକେ କହନ୍ତି। ତେବେ ଏହି ପାହାଡରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଥିଲା। ନିଆଁ କାହିଁକି ଲାଗିଲା କିଏ ଲଗାଇଲା ତାର ଟେର ମଧ୍ଯ ପାଇନି ବନବିଭାଗ। କିଛି ଘଣ୍ଟା ମଧ୍ଯରେ ନିଆଁର ତିବ୍ରତା ଏତେ ବଢି ଯାଇଥିଲା ଯେ ପାଞ୍ଚ ଛଅ କିଲୋମିଟର ଦୁରରୁ ଦେଖିଲେ ଆକାଶ ଫୁଳମାଳ ରେ ସଜାଇ ହୋଇଥିବା ପରି ଲାଗୁଥିବାର ଭ୍ରମ ସୃଷ୍ଟି କରୁଥିଲା । ହେଲେ ଏହି ନିଆଁ ଯୋଗୁଁ ଶହଶହ ପଶୁପକ୍ଷୀଙ୍କ ସହ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ନୁଆ ଗଛ ଜଳି ପୋଡି ପାଉଁଶ ହୋଇ ଯାଇଛି। ଖବରପାଇ ସିନ୍ଧେକେଲା ଫରେଷ୍ଟର ହରିହର ସ୍ବାଇଁ ତୁରନ୍ତ ଷ୍ଟାଫ ସହ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମ ଆରମ୍ଭ କରିଥିଲେ। ହେଲେ ସିନ୍ଧେକେଲା ଫରେଷ୍ଟ ଅଫିସରେ ଗୋଟିଏ ମାତ୍ର ଫାୟାର ବ୍ଲୋର ମେସିନ ଥିବାରୁ ଠେଙ୍ଗା ଓ ଗଛ ଡାଳ ସାହାଯ୍ଯ ରେ ପିଟିପିଟି ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଥିବା ଦେଖା ଯାଇଥିଲା। ହେଲେ ନିଆଁର ବେଗ ଅଧିକ ଥିବାରୁ ବନ କର୍ମଚାରୀ ନାକେଦମ ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଏହାଜାଣି ସମାଜସେବୀ
ଅନିଲ କୁମାର ତ୍ରିପାଠୀ , ପୂର୍ବତନ ବଣିକସଂଘ ସଭାପତି ସରୋଜ ଜୈନ,ମୁକେଶ ସାହୁ , ହେମନ୍ତ ସାହୁ ପ୍ରମୁଖ ସ୍ଥାନିୟ ଲୋକଙ୍କ ସହ ପହଞ୍ଚି ବନ ବିଭାଗ କର୍ମଚାରୀଙ୍କ ସହ ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା କରିଥିଲେହେଁ ବିଫଳ ହୋଇଥିଲେ। ଏହା ଦେଖି ଫରେଷ୍ଟର ଶ୍ରୀ ସ୍ବାଇଁ ଉପରିସ୍ଥ ଅଧିକାରୀଙ୍କୁ ଆଉ କିଛି ଷ୍ଟାଫ ଓ ଫାୟାର ବ୍ଲୋର ମେସିନ ପଠାଇବା ପାଇଁ ନିବେଦନ କରିଥିଲେ । ରାତିରେ ଆଉ ଗୋଟିଏ ଫାୟାର ବ୍ଲୋର ମେସିନ ଓ ଷ୍ଟାଫ ମିଳିବାରୁ ଦିର୍ଘ ୧୧ ଘଣ୍ଟା ର କସରତ ପରେ ସକାଳ ୫ ଟା ରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିଲା । ଅନ୍ୟମାନଙ୍କ ମଧ୍ଯରେ ଫରେଷ୍ଟ ଗାର୍ଡ କିର୍ତ୍ତୀଚନ୍ଦ୍ର ସୁଆର , ହିମାଂଶୁ ପଣ୍ଡା , ସତ୍ଯ ନାରାୟଣ ପୁଟେଲ ଙ୍କ ସହ ସିନ୍ଧେକେଲା ଓ ବଙ୍ଗୋମୁଣ୍ଡା ଫାୟାର ପ୍ରୋଟେକ୍ସନ ସ୍କାର୍ଡ ଏବଂ ସିନ୍ଧେକେଲା,ଅର୍ଶାତୁଲା ଓ ଭତାସର ଗ୍ରାମ ର ଲୋକେ ସହଯୋଗ କରିଥିଲେ।