-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ)/ ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ, ଥୁଆପାଲି ଠାରେ ଲାୟନ୍ସ କ୍ଲବର ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଉଦଘାଟିତ ସଭା ରେ ସଭାପତିତ୍ବ କରିଥିଲେ, ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ହରେକୃଷ୍ଣ ପ୍ରଧାନ ।ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଜନତାଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ, , ପୂଜାର୍ଚ୍ଚନା କରାଯାଇ ପ୍ରଥମେ ଲାୟନ୍ସ କ୍ଲବ ଦ୍ଵାରା ନିର୍ମିତ ଏକ ଥଣ୍ଡାପାନୀୟ ପ୍ରକଳ୍ପ ଉଦ୍ଘାଟନ କରିବା ସହ ନୂତନ ଭାବରେ ନିର୍ମିତ କ୍ଲବ ଗୃହ କୁ ଫିତା କାଟି ଉଦଘାଟନ କରି ଗୃହ ପ୍ରବେଶ କରି ଥିଲେ।ଏଥିରେ ସମ୍ମାନୀତ ଅତିଥି ଭାବେ ଜି ଏମ ଟି ଲାୟନ୍ସ ସି .ଆର ଦାଶ, ବରଗଡ଼ ଜିଲ୍ଲା କୋଅଡିନେଟର ଲାୟନ୍ସ ଚରଣଜିତ କୌର ହୁରା, ରିଜିଓନାଲ ଚେୟାରପରସନ ଲାୟନ୍ସ ପ୍ରଫୁଲ୍ଲ ପ୍ରଧାନ, ଜୋନାଲ ଚେୟାରପରସନ ଲାୟନ୍ସ ମନୋଜ ଶର୍ମା ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା କାର୍ଯ୍ୟ ପରିଚାଳନା କରିଥିଲେ ଲାୟନ୍ସ ଶଙ୍କରଲାଲ ଗୁପ୍ତା। ଏହି ସମୟରେ ଲାୟନ୍ସ କ୍ଲବ ତରଫରୁ ମୂଖ୍ୟ ଅତିଥି ଛୁରିଆ ଙ୍କୁ ମେମନଟୋ, ଉପଢୌକନ ସହିତ ଫୁଲ ଚାରା ଗଛ ପ୍ରଦାନ କରାଯାଇଥିଲା, ଏହି ଅବସରରେ ଲାୟନ୍ସ କ୍ଲବ ସମ୍ବଲପୁର,ଲାୟନ୍ସ କ୍ଲବ ହିରାକୁଦ, ଲାୟନ୍ସ କ୍ଲବ ଗୋଡଭଗା, ଲାୟନ୍ସ କ୍ଲବ ଅତାବିରା, ଲାୟନ୍ସ କ୍ଲବ କାଦୋବାହାଲ, ସଂକଳ୍ପ ପରିବାର ବରଗଡ, ଶପଥ ସେବା ସଂସ୍ଥା ରେମଣ୍ଡା କୁ ମଧ୍ୟ ମେମନଟୋ, ଉପଢୌକନ ଓ ଫୁଲ ଚାରାଗଛ ପ୍ରଦାନ କରାଯାଇଥିଲା। ଏଥିରେ ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ,ସଦସ୍ୟା ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ପରିଶେଷରେ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଲାୟନ୍ସ ଅମିୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।