-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଉପାଧ୍ୟକ୍ଷ ପଦବୀ ସକାଶେ ଆଜି ଥିଲା ନିର୍ବାଚନ ପର୍ବ । ଅତାବିରା ପଞ୍ଚାୟତ ସମିତି ରେ ନୂତନ ଉପାଧ୍ୟକ୍ଷ ଭାବେ ଶ୍ରୀମାନ ଅନନ୍ତ ମେହେର,ଅମ୍ବାଭୋନା ବ୍ଳକ ରେ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ କମଳା ନାଏକ, ଗାଇସିଲେଟ ବ୍ଳକ ରେ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ଯଶୋବନ୍ତୀ ପ୍ରଧାନ ନିର୍ବାଚିତ ହୋଇଥିବାବେଳେ, ବରଗଡ଼ ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଭାବେ ଶ୍ରୀମାନ ଉମେଶ ପଣ୍ଡା, ବରପାଲି ବ୍ଳକ ରୁ ଶ୍ରୀମାନ ଯୋଗେଶ୍ୱର ବାରିକ, ବିଜେପୁର ପଞ୍ଚାୟତ ସମିତି ର ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ବିନୋଦିନୀ ଧରୁଆ, ଭଟଲି ବ୍ଳକ ର ନୂତନ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ଲଲିତା ବାଗ, ଭେଡେନ ବ୍ଳକ ରୁ ଶ୍ରୀମାନ ଡୋଲାମଣି ଖେତି ଉପାଧ୍ୟକ୍ଷ, ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାବେଳେ, ପାଇକମାଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ଶ୍ରୀମାନ ସଞ୍ଜିବ କୁମାର ବରିହା,
ଅନୁରୁପ ଝାରବନ୍ଧ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ବିଶାଖା ବରିହା ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।
ସେହିଭଳି ସୋହେଲା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଭାବେ ଶ୍ରୀମାନ ଦିବ୍ୟ କିଶୋର ପ୍ରଧାନ,ରାଜବୋଡାସମ୍ବର ବ୍ଳକ ର ନୂତନ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ସଞ୍ଜୁକ୍ତା ଚାନ୍ଦ ନିର୍ବାଚିତ ହୋଇଛନ୍ତି ।