-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
23-Mar-2022
ବରଗଡ ଜିଲ୍ଲା ଭେଡେନ ବ୍ଲକ ର ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ
ପ୍ରଧାନ ଶିକ୍ଷକ ବନମାଳୀ ଦାଶ,ଭେଡେନ ବ୍ଲକ ବିଜ୍ଞାନ ସଂଯୋଜକ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଝରାପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି ସମୟରେ ବ୍ଲକ ର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ /ଶିକ୍ଷୟତ୍ରୀ ଓ ସିଆରସିସି ମାନେ ଯୋଗଦାନ କରିଥିଲେ। ଏହି ସମୟରେ ବିଜ୍ଞାନ ମେଳା ବିଷୟରେ କିପରି ହେବ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।ଆଗାମୀ ୩୧.୩.୨୨ ତାରିଖ ଆଂଚଳିକ ଶ୍ରମଦାନ ଉଚ୍ଚ ବିଦ୍ୟାଳୟ ଚିଚିଂଡା ଠାରେ ବିଜ୍ଞାନ ମେଳା ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରିଶେଷରେ ସିଆରସିସି କ୍ଷିତେସ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।