-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ପାଟଣାଗଡ଼/ ବର୍ତ୍ତମାନ ମହୁଲ ଫୁଲ ଗୋଡାଇବାର ସମୟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଗଛଗୁଡ଼ିକ ନଷ୍ଟ ହେଉଥିବା ସହ ବିଭିନ୍ନ ଜୀବଜନ୍ତୁଙ୍କ ଅକାଳ ମୃତ୍ୟୁ ଘଟିଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକେ କିଛି ଆୟ ପାଇବା ପାଇଁ ଅନେକ ସ୍ଥାନରେ ନିଆଁ ଲଗାଇ ଦେଉଛନ୍ତି ଏବଂ ନିଆଁ କୁ ଆୟତ୍ତ କରି ପାରୁନାହାନ୍ତି। ସେଥିପାଇଁ ସାରା ରାଜ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ବଲାଙ୍ଗିର ବନଖଣ୍ଡ ଲାଠୋର ବନାଞ୍ଚଳ ଗମ୍ଭାରୀ ସେକ୍ସନ ସନ୍ଧିମୁଣ୍ଡା ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଗମ୍ଭାରୀ ଫରେଷ୍ଟର ଧର୍ମେନ୍ଦ୍ର ରାଏ ସମସ୍ତଙ୍କୁ
ସଚେତନ କରାଇବା ସହ ଜଙ୍ଗଲ କୁ ସୁରକ୍ଷା ଦବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୱ୍ବାର୍ଡ ମେମ୍ବର ସୁଜନ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ନକୁଳ ଶବର, ଦର୍ଶନ ଖବରକାଗଜ ର ଉପଖଣ୍ଡ ପ୍ରତିନିଧି ପୁର୍ଣ୍ଣ ଶଶୀ ଶେଖର ରାଓ, ଫରେଷ୍ଟର ଧର୍ମେନ୍ଦ୍ର ରାଏ, ସୌମ୍ୟରଞ୍ଜନ ମେହେର (ଡିଓ), ସଞ୍ଜିବ କୁମାର ମିଶ୍ର ଫରେଷ୍ଟ ଗାର୍ଡ, ଭାଗିରଥି ପାଣ୍ଡେ ଫରେଷ୍ଟ ଗାର୍ଡ,ଛନ୍ଦା ଜାନୀ ଫରେଷ୍ଟ ଗାର୍ଡ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଗାଁ ର ସମସ୍ତ ଶିଶୁ ଓ ମହିଳା ଏବଂ ପୁରୁଷ ଯୋଗଦାନ କରିଥିଲେ।