-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ପଦ୍ମପୁର:-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଛତିଶଗଡ ସୀମାନ୍ତ ଏକ ଉପାନ୍ତ ବ୍ଲକ ରେ ଅବସ୍ଥିତ । ଏଠାରେ ସବୁଦିନେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ । ଝାରବନ୍ଧ ମୁଖ୍ୟ ଛକ ରାସ୍ତା ଦେଇ ଛତିଶଗଡ କୁ ସଂଯୋଗ କରୁଥିବାରୁ ଏଠାରେ ଦୈନିକ ବହୁତ ଗାଡି ମଟର ଚଲାଚଳ କରିଥାଏ ।ମୁଖ୍ୟଛକ ରେ ଦୈନିକ ବହୁତ ଲୋକଙ୍କ ସମାଗମ ଲକ୍ଷ୍ୟ କରାଯାଏ । ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀମାନେ ଏହି ବାଟ ଦେଇ ପାଠ ପଢିବା ପାଇଁ ନିତିଦିନ ଯିବାଆସିବା କରିଥାନ୍ତି ।ହେଲେ ଦୁଃଖର ବିଷୟ ଏହି ଯେ,ଛକ ରେ ପିଇବା ପାଣି ର ଘୋର ଅଭାବ ରହିଛି । ଏବେ ଖରାଦିନ ଡହକବିକଳ ରେ ଜନତା । ଲୋକେ ପିଇବା ପାଣି ପାଇଁ ଏଇଦୋକାନ ସେଇ ଦୋକାନ ହେବାର ଦେଖାଯାଉଛି ତୃଷ୍ଣା ମେଣ୍ଟାଇବା କୁ ମୁନ୍ଦାଏ ପାଣିପାଇଁ । ଛକ ପାଖରେ ରାଜସ୍ବ ଅଫିସ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ, ନୋଡାଲ ସ୍କୁଲ, ସେବା ସମବାୟ ସମିତି ଅଫିସ ମଧ୍ୟ ରହିଛି । ଏଠାକୁ ଦୈନିକ ଶହ ଶହ ଜନ ସାଧାରଣ ଆସିଥାନ୍ତି ହେଲେ ଲୋକଙ୍କ ପିଇବା ପାଣି ନାହିଁ ! ଗତ ୧୦ବର୍ଷ ତଳେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ପାଣି ଟାଙ୍କି ଉଦଘାଟନ କରି ପାଣି ବ୍ୟବସ୍ଥା କରିଥିଲେ । କିଛି ଦିନ ପାଣି ବାହାରିବା ପରେ ବନ୍ଦ ହୋଇ ପଡ଼ିରହିଛି । ଛକ ପାଖରେ ପ୍ରାୟ ୨୫ ଏକର ବିଶିଷ୍ଟ ଏକ ବୃହତ ପୋଖରୀ ଅଛି କିନ୍ତୁ ତାହାର ପାଣି ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ପୋଖରୀ ର ପାଣି ପଙ୍କ କାଦୁଅ ଦଳ ପଦ୍ମ ରେ ଭର୍ତ୍ତି । ଏହି ପାଣି ବ୍ୟବହାର ଯୋଗ୍ୟ ଆଉ ନାହିଁ । ଶାସନ ପ୍ରଶାସନ ର ଅଭାବ ହେତୁ ଝାରବନ୍ଧ ବିକାଶ ଏକ ପ୍ରକାର ର ନିରାଶ ହୋଇ ରହିଯାଇଛି । ଆଗକୁ ପ୍ରଚଣ୍ଡ ଖରା ଥିବାରୁ ପାଣି ର ବ୍ୟବସ୍ଥା କରିବା ପାଇଁ ଜନ ସାଧାରଣ ତଥା ବ୍ୟବସାୟୀ ସଂଘ ଦାବି କରନ୍ତି