-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜାରି ରହିବ ଗ୍ରୀଷ୍ମର ତାଉ ଯାହାକି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଅସୁବିଧା ଆଣିଦେବ।ବର୍ତ୍ତମାନ ସମୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ସକାଳ ୧୦ ଟା ରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ା ହେଉଛି.ସେତେବେଳେ ଛାତ୍ରଛାତ୍ରୀ ଘରକୁ ଫେରିବା ଅତ୍ୟନ୍ତ କଷ୍ଟକର ହେଉଥିବାରୁ ଏବଂ ଆଗାମୀ ଦିନମାନଙ୍କରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବା ପାଇଁ ପଦ୍ମପୁର ଉପଖଣ୍ଡ ର ଅଭିଭାବକ ମାନେ ରାଜ୍ୟ ସରକାରଙ୍କୁ ତ୍ୱରିତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି.
ଏବେ ପାରଦ ଖସିବା ସମ୍ଭାବନା ନାହିଁ । ଅପରପକ୍ଷରେ ଆସନ୍ତା ୨୪ ତାରିଖ ବେଳକୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ । ପାରଦ ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।
ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ରବିବାର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ୩ ଟି ବ୍ଲକର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ସର୍ବାଧିକ ତାତି ରେକର୍ଡ ହୋଇଛି ପାଇକମାଲରେ । ପାଇକମାଲରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିଲା । ବଲାଙ୍ଗିର ତାପମାତ୍ରା ୪୧, ବୌଦ୍ଧ ୪୦, ଅନୁଗୁଳ ୪୦.୧, ବାରିପଦା ୪୦ ଡିଗ୍ରୀ ସେଲସିୟସ୍ ଥିଲା ।ଗତ ରବିବାର ଦିନ ପଶ୍ଚିମ ଓଡ଼ିଶାର ସହର ମାନେ ଉତ୍ତପ୍ତ ଥିବାର ପରିଲକ୍ଷିତ ହେଉଥିଲା. ତାଳଚେର ୩୯, ସୋନପୁର ୩୯.୫, ଝାରସୁଗୁଡ଼ା ୩୮.୮, ସମ୍ବଲପୁର ୩୮.୬, ନୟାଗଡ଼ ୩୮, ଫୁଲବାଣୀ ୩୮.୪ ଡିଗ୍ରୀରେ ସିଝିଥିଲା ।ଭୁବନେଶ୍ୱର ତାପମାତ୍ରା ୩୭.୬ ଡିଗ୍ରୀ ଥିବାବେଳେ କଟକରେ ୩୭.୨, ଚାନ୍ଦବାଲିରେ ୩୭.୩, କେନ୍ଦୁଝର ୩୭.୪, ସୁନ୍ଦରଗଡ଼ ୩୭.୫, ହୀରାକୁଦ ୩୭.୮, ଭବାନୀପାଟଣା ୩୭.୫, ଛତ୍ରପୁର ୩୭, ପାରଳାଖେମୁଣ୍ଡି ୩୭, ରାୟଗଡ଼ା ୩୭.୧ ଓ ଯାଜପୁରରେ ତାପମାତ୍ରା ଥିଲା ୩୭.୨ ଡିଗ୍ରୀ.
ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଗରମ ଜାରି ରହିବ । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସହ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ମିଶିବା ଯୋଗୁ ଗୋଟିଏ କିମ୍ବା ଦୁଇଟି ଜାଗାରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେବା ସମ୍ଭାବନା କମ୍ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ । ବର୍ତ୍ତମାନ ଏହା ଅବପାତ ଅବସ୍ଥାରେ ଅଛି । ବାତ୍ୟା ଯିବା ପରେ ଅର୍ଥାତ ୨୩ ତାରିଖ ପରେ ଗରମ ଆହୁରି ବଢ଼ିବ । ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏମିତି ହେଲେ ଉପକୂଳରେ ଆସନ୍ତା ୨୪-୨୫ ତାରିଖ ବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ପଶ୍ଚିମଓଡ଼ିଶାରେ ପାରଦ ୪୩ ଡିଗ୍ରୀ ଟପିପାରେ.