-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ସୋନପୁର(ପ୍ରେରଣା ଖବର ବ୍ୟୁରୋ) -ସଚେତନତା ମଞ୍ଚର କାର୍ଯ୍ୟକର୍ତ୍ତା ମାନେ ସୁବର୍ଣ୍ଣପୁରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଲେ। ସୁବର୍ଣ୍ଣପୁର ରେଳଷ୍ଟେସନ କାର୍ଯ୍ୟ କିଭଳି ଚାଲିଛି ଦେଖିଲେ।ଏହା ସହ ତେଲନଦୀ ପୋଲର ଅବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ଖବରକୁ ଗୁରୁତର ସହିତ ନେଇ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ଏହିଭଳିଆ ଅବସ୍ଥା କୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନ କେମିତି ଚୁପ୍ ରହିଛନ୍ତି ଉଦ୍ ବେଗ ପ୍ରକାଶ କରିଥିଲେ। ତାପରେ ବହୁ ପ୍ରତୀକ୍ଷିତ ରିଂରୋଡ଼ କାର୍ଯ୍ୟ ବୁଲି ଦେଖିଥିଲେ।
ଏଥିପାଇଁ ସମ୍ପୃକ୍ତ ଅଧିକାରୀ ବୃନ୍ଦ ଏହି ସବୁ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।ନଚେତ ଆଗାମୀ ଦିନରେ କୋଣସି ଅପ୍ରୀତିକର ପରିସ୍ଥିତି ସକାଶେ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ ବୋଲି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ସତର୍କ କରାଇ ଦେଇଛନ୍ତି।
ପ୍ରକଳ୍ପ ସବୁ ବହୁ ବିଳମ୍ବ ଯୋଗୁଁ ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ ଏବଂ ବ୍ୟୟ ଅଟକଳ ବୃଦ୍ଧି ପାଉଛି। ଫଳରେ ଗରିବ ଜନସାଧାରଣ ଙ୍କ ଟିକସ ପଇସା ଅଯଥାରେ ଶ୍ରାଦ୍ଧ କରାଯାଉଛି। ଏହାକୁ ଯଦି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ନାହିଁ ତାହାହେଲେ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ କୁ ଅସ୍ୱୀକାର କରି ହେବନାହିଁ। ଆଜିର ଏହି ମାରାଥନ କାର୍ଯ୍ୟକ୍ରମ କୁ
ସଭାପତି ସିତାଂଶୁ ଶେଖର ମିଶ୍ର ଓ ସମ୍ପାଦକ ଗୁଣନିଧି ମେହେର ଙ୍କ ନେତୃତ୍ୱରେ ଏକ ବାର ଜଣିଆପ୍ରତିନିଧି ଦଳ ଉକ୍ତ ପ୍ରକଳ୍ପ ଅଞ୍ଚଳ ସବୁ ବୁଲି ଦେଖି ଥିଲେ।ଏହି ଦଳରେ ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାଙ୍କାନିଧି ରାୟଗୁରୁ, ଭିକାରୀ ପୃଷ୍ଟି ,ନବଘନ ଷାଣ୍ଢ,ବିନୋଦ ମେହେର,ଦୁଃଖୀରାମ ନାୟକ , ପଞ୍ଚାନନ ବାରିକ,ରାମକୃଷ୍ଣ ମେହେର, ଶିବରାମ ମହାପାତ୍ର ଓ ଅମିତ ସାହୁ ପ୍ରମୁଖ ଭାଗ ନେଇଥିଲେ।
ରେଲ ବିଭାଗର ଏକ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ମଧ୍ୟ କରିଥିଲେ ।ତାଙ୍କ ସହିତ ଫୋନରେ ଆଲୋଚନା ବେଳେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ସାରିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା।