-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଳଣ୍ଡା ପଞ୍ଚାୟତ ଅଧିନସ୍ଥ ଖଳିଆପଡା ମଠ ଠାରେ ପ୍ରତିବର୍ଷ ଭଲି ବ୍ରହ୍ମଧୁନି ସ୍ଥାପନା ଓ ଘୃତବତୀ ପ୍ରଜ୍ବଳନ କରି ଜୀବଜଗତର ମଙ୍ଗଳ କାମନା ସହ ସମବେତ ବିଶ୍ୱଶାନ୍ତି ପାଇଁ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ବାବା କୈଳାସ ଦାସ ଙ୍କ ନେତୃତ୍ବ ରେ ହୋଇଥିବା ଏହି ଯଜ୍ଞକୁ
ବାବା ସୁଶାନ୍ତ ଦାସ ସହଯୋଗ କରିଥିଲେ। ବହଳଗୁଭା ଓ ଖଳିଆପଡା ବାସିଙ୍କ ଦ୍ବାରା ଏହି ଆୟୋଜନ ହୋଇଥିବା ବେଳେ ଯଜ୍ଞ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ ବହୁ ସାଧୁ, ବୈରାଗୀ ଓ ଭକ୍ତ ବୃନ୍ଦ ସାମିଲ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଳଣ୍ଡା ସରପଞ୍ଚ ନିବେଦିତା ବାଗ, ରାସେ ପୁରୋହିତ, ହାଡୁ ପୁରୋହିତ, ଯୁବନେତା ଯୁବରାଜ ବାଗ, ବଲାଙ୍ଗୀର ୟୁନିଅନ ଅଫ ଜର୍ନାଲିଷ୍ଟ ର ସମ୍ପାଦକ (ଗ୍ରାମୀଣ) ଅନିଲ କୁମାର ତ୍ରିପାଠୀ, ପଶ୍ଚିମ ଓଡିଶା ଯୁବାମଞ୍ଚ ର ମିଡିଆ ଓ ସୋସିଆଲ ମିଡିଆ ବଲାଙ୍ଗୀର ଜିଲ୍ଲା କୋଅର୍ଡିନେଟର ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ