-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ବଲାଙ୍ଗିର(ପ୍ରେରଣା ଖବର) ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଡ଼ମ୍ବରପୂର୍ଣ୍ଣ ସମାବେଶରେ ୨୫ ବର୍ଷ ଚାକିରୀ ସମୟ ପୂରଣ କରି ସାରିଥିବା ସମସ୍ତ କୋର୍ଟ କର୍ମଚାରୀଙ୍କୁ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ ଶ୍ରୀ ଲୋକନାଥ ମହାପାତ୍ରଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା କମିଟିର ଅଧ୍ୟକ୍ଷ ଶ୍ରୀମତୀ ଅଜନ୍ତା ଷଢଙ୍ଗୀ ଏବଂ ବଲାଙ୍ଗିର ଵିଚାର ବିଭାଗ କର୍ମଚାରୀ ସଂଘର ସଭାପତି ଶ୍ରୀ ପ୍ରକାଶ କୁମାର ନେପାକଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ୬୨ ଜଣ ବରିଷ୍ଠ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lଜିଲ୍ଲା ଜଜ ଶ୍ରୀ ଲୋକନାଥ ମହାପାତ୍ର, ଭିଜିଲାନ୍ସ ଜଜ ଶ୍ରୀମତୀ ଅଜନ୍ତା ଷଢଙ୍ଗୀ,ଅତିରିକ୍ତ ଜିଲ୍ଲା ଜଜ
(pocso) ଶ୍ରୀ ପ୍ରଶାନ୍ତ କୁମାର ନାୟକ, ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଜଜ ରାଜକିଶୋର ମହାପାତ୍ର , ଏବଂ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଜଜ ଶ୍ଵେତା ମିଶ୍ର ସମସ୍ତ ବରିଷ୍ଠ କର୍ମଚାରୀ, ବରିଷ୍ଠ ଷ୍ଟେନୋ ଓ ଟାଇପିଷ୍ଟ, ଅମିନ କମିଶନର , ପ୍ରୋସେସ ସର୍ଭରର ଙ୍କୁ ମାନପତ୍ର, ମୋମେଂଟୋ ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସଭାକାର୍ଯ୍ୟ ଦୀପ ପ୍ରଜ୍ବଳନ ସହ ଶ୍ରଦ୍ଧାଞ୍ଜଳି ମେହେର ଓ ଅନିଲ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନ୍ୟ କର୍ମଚାରୀ ଙ୍କ ସହ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା l ସଂଘ ର ସଭାପତି ପ୍ରକାଶ ନେପାକ ସ୍ୱାଗତ ଭାଷଣ ରେ ଜିଲ୍ଲା ଜଜ ତଥା ଵିଚାର ବିଭାଗୀୟ ଅଧିକାରୀ ମାନଙ୍କ ଏହି ସମ୍ବର୍ଦ୍ଧନା କୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ l ଜିଲ୍ଲା ଜଜ ଏହି ଅବସରରେ ମାନ୍ୟବର ନ୍ୟାୟମୂର୍ତ୍ତି ଓଡିଶା ହାଇକୋର୍ଟ ଶ୍ରୀଯୁକ୍ତ ବିଶ୍ୱନାଥ ରଥ ଙ୍କ ବାର୍ତ୍ତା ପାଠ କରିଥିଲେ ଏବଂ ସମାବେଶ କୁ ଉଦବୋଧନ ଦେଇ ସମସ୍ତ କର୍ମଚାରୀଙ୍କ ନ୍ୟାୟାଳୟ ମାନଙ୍କରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ରେ ସହଭାଗିତା କୁ ଭୁୟସୀ ପ୍ରଂଶସା କରିଥିଲେ l ସମ୍ବର୍ଦ୍ଧନା କମିଟି ଅଧ୍ୟକ୍ଷ ଶ୍ରୀମତୀ ଷଢଙ୍ଗୀ ଭବିଷ୍ୟତ ରେ ମଧ୍ୟ ଏହି ଭଳି ସମ୍ବର୍ଦ୍ଧନା ସଭା ଆୟୋଜନ କରି କର୍ମଚାରୀ ମାନଙ୍କର ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ ତଥା ରସରାଜ କବି ଅଚୁତ ପୁରୋହିତ ଙ୍କ ଦ୍ୱାରା ବ୍ୟଙ୍ଗ କବିତା ଆଦୃତ କରାଯାଇଥିଲା l ଜିଲ୍ଲା ଜଜ ଶ୍ରୀ ଅଚୁତ ପୁରୋହିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମ ଜରିଆରେ ସଂଘର ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇଥିଲା l ବଲାଙ୍ଗିର ଜିଲ୍ଲା ର ସମସ୍ତ ବରିଷ୍ଠ ତଥା କନିଷ୍ଠ ବିଚାରବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନେ ଯୋଗଦାନ କରିଥିଲେ l ସଭାରେ ସଂଘର ଉପଦେଷ୍ଟା ଶ୍ରୀ ପଞ୍ଚାନନ ପଟ୍ଟନାୟକ ଉଦବୋଧନ ଦେଇଥିଲେ ଏବଂ ଶ୍ରୀ ଦୂତିଆ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ସଂଘ ର ସମ୍ପାଦକ ଆଶିଷ ଥାନାପତି, ଉପସଭାପତି ଲକ୍ଷ୍ମୀ ସିଂ, କୋଷଧ୍ୟକ୍ଷ ଆକାଶ ତ୍ରିପାଠୀ, ସହ ସମ୍ପାଦକ ସବୀର ହୁସେନ ଓ ଶ୍ରଦ୍ଧାଞ୍ଜଳି ମେହେର, ପ୍ରେମାନନ୍ଦ ପଟେଲ କାର୍ଯ୍ୟକ୍ରମକୁ
ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଜିଲ୍ଲା ଜଜ ସିରସ୍ତାଦର ଶ୍ରୀ ରାଜେନ୍ଦ୍ର ଦାସ, ହେଡ଼ କ୍ଲର୍କ ଶ୍ରୀ ଦଧିବାବନ ଶତପଥି, ବଳରାମ ମେହେର, ଦିଲୀପ ମିଶ୍ର, ହରିବନ୍ଧୁ ବଗର୍ତି, କୋର୍ଟ ମ୍ୟାନେଜେର ପ୍ରିତିରାଣୀ ନାଗ, ସିଷ୍ଟମଅଫିସର ଅନିଲ ଦାସ, ଉତ୍ତମ ପଣ୍ଡା ଓ ନିଁଜ଼ାରତ ର ଶୁଭ୍ରାସୁ ବାଗ, ସୁବ୍ରତ ମିଶ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଏହି ସମାବେଶ ସଫଳ ହୋଇଥିଲା l