-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ଖପ୍ରାଖୋଲ (ବସନ୍ତ ମେହେର) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ଚଚରାଭଟ୍ଟା ଠାରେ ଦୁଇଦିନିଆଁ ପରିବେଶ ସମ୍ବନ୍ଧୀୟ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍ ସି ଡି ସି ସ୍ୱଚ୍ଛlସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଗ୍ରାମ ବିକାଶ କମିଟି ଚଚରାଭଟ୍ଟା ସ୍ୱଂୟ ସହାୟକ ଦଳ ୪ ଟି ଗ୍ରାମପଞ୍ଚାୟତର ୫୦ ଜଣ ଚାଷୀ ଯୋଗଦାନ କରିଥିଲେ lତାଲିମଦାତା ଭାବେ ରାୟଗଡା ବସୁଧା ଅନୁଷ୍ଠାନ ର ଦେବ ଦୁଲାଳ ଭଟ୍ଟାଚାର୍ଯ୍ୟ ତାଲିମଦାତା ଭାବେ ପ୍ରଦାନ କରଥିଲେ,ଏହି ତାଲିମରେ ପାରମ୍ପରିକ ଜ୍ଞନ କୌଶଳରେ ଜୈବିକ ପଦ୍ଧତିରେ କିପରି ଚାଷ ହୋଇପାରିବ, ଜୈବିକ ଖତ
ପ୍ରସ୍ତୁତି ରୋଗପୋକ ପରିଚାଳନା ସ୍ଥାନୀୟ ଜୀବିକାକୁ ନେଇ ଚାଷ, ମାଟିର ଉର୍ବରତା ସମାନ ରଖିବା ଉପଯୁକ୍ତ ସ୍ଥାନୀୟ ଫସଲ ଚାଷ କରିବା, ନିଜେନିଜର ବିହନ ବିଶୋଧନ କରିବା ଓ ରାସାୟନିକ ସାର ବିଷ କୁ କମ କରି ତା ଉପରେ ତାଲିମ ଦେଇଥିଲେ lଏଥିରେ ଆର ସି ଡି ସି ଶମ୍ଭୁ ପ୍ରସାଦ ସାହୁ, ଦେବରାଜ ଭୋଇ କ୍ଷେତ୍ର କର୍ମୀ ବୈକୁଣ୍ଠ ବାଗ ଲିଙ୍ଗରାଜ ନିଆଲ ଯୋଗଦାନ କରିଥିଲେ,ଘୁନସର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନୁସୟା ସାହୁ ଶୁଭ ଉଦଘାଟନ କରିଥିଲେ,ଗ୍ରାମର ମାଳତି ନାଇକ,ପ୍ରମିଳା ମାଝୀ, ହରି ମାଝୀ,ରାମସି ମାଝୀ, ମଦନ ନାଇକଏବଂ ଅଞ୍ଚଳର ସ୍ଵଂୟ ସହାୟକ ଦଳ ଗନ୍ଦମାର୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ସଭାପତି ଟେକେନ୍ଦ୍ର ଜାଲ ସକ୍ରିୟ ଅଂଶ ଗ୍ରହଣ କରିଥିବାବେଲେ,ଦେବରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ