-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍): ଆଜି ସ୍ଥାନୀୟ ସମ୍ବଲପୁର କଳାକେନ୍ଦ୍ର ହଲ୍ ଠାରେ ଚିତ୍ରକଳା ଅନୁଷ୍ଠାନ ସମ୍ବଲପୁର କଳା ଏକାଡ଼େମୀ (କଳା ଓ କଳାକାର), ଧନୁପାଲିର ୨୮ତମ ବାର୍ଷିକୋତ୍ସବ ପୁରସ୍କାର ବିତରଣୀ ଏବଂ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି I ଏକାଡ଼େମୀର ଅଧ୍ୟକ୍ଷ ବିଶିଷ୍ଟ ଚିତ୍ରଶିଳ୍ପୀ ସଂଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ. କାମଦେବ ସାହୁ ମୁଖ୍ୟଅତିଥ ଏବଂ ଜମନକିରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବସନ୍ତ ଦାଶ ସମ୍ମାନିତ ଅତିଥ ଭାବେ ଯୋଗଦାନ କରିଥିବା ବେଳେ ଉତ୍ସବକୁ ଅନୁଷ୍ଠାନର ଛାତ୍ରୀ ପ୍ରାର୍ଥନା ବାରୁ, ସ୍ନିଗ୍ଧା ପଣ୍ଡା, ତନୀଶା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ I
ଏହିଅବସରରେ ଏକାଡ଼େମୀ ପକ୍ଷରୁ ଆୟୋଜିତ ସମ୍ବଲପୁର ଜିଲ୍ଲା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ୭୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଂଚଳର ବିଶିଷ୍ଟ ଯୁବଚିତ୍ରଶିଳ୍ପୀ ବନ୍ଦନା ପଣ୍ଡା ଏବଂ ସୁଜାତା ବେହେରାଙ୍କୁ ଚିତ୍ରକଳା ପ୍ରତି ତାଙ୍କର ଅବଦାନ ପାଇଁ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା I ପୁରସ୍କାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅନୁଷ୍ଠାନର କଳା ଶିକ୍ଷକ ଜଗନ୍ନାଥ ବେହେରା, ପବିତ୍ର ବେରିହା ଏବଂ ନମ୍ରତା ନାୟକ ସଂଚାଳନ କରିଥିବା ବେଳେ କରୁଣାକର ଶତପଥୀ ଓ ସୂର୍ଯ୍ୟ ପାଣିଗ୍ରାହୀ ମାନପତ୍ର ପଠନ କରିଥିଲେ I ଏକାଡ଼େମୀର ଶିକ୍ଷାର୍ଥୀ ଖୁଶି ସାହା, ସିଦ୍ଧି ସମୃଦ୍ଧି ପଣ୍ଡା, ବି, ଚିତ୍ତସ୍ଵରୂପା, ରାକେଶ ପୃଷ୍ଟି ପ୍ରମୁଖ ସ୍ଵର ସାମ୍ରାଜ୍ଞୀ ସ୍ଵର୍ଗତା ଲତା ମଙ୍ଗେଶରଙ୍କୁ ଲାଇଭ୍ ପେଣ୍ଟିଂ ଦ୍ଵାରା ଚିତ୍ରାଞ୍ଜଳି ଦେଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ମୃତି ମିଶ୍ର ସଙ୍ଗୀତ ଏବଂ ପ୍ରାର୍ଥନା ବାରୁ, ଶ୍ରଦ୍ଧା ସୁମନ ସାହୁ, ତନୀଶ ପଣ୍ଡା ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ I ଶେଷରେ ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ପରିଚାଳନାରେ ପ୍ରଶାନ୍ତ ମାଝୀ, ଗୌରିଦାସ ପଣ୍ଡା, ବଳରାମ ହୋତା, ଆୟୁଷ ପାଢ଼ୀ, ସୁବ୍ରତ ବେହେରା, ରଂଜିତ ରଥ ପ୍ରମୁଖ ସହଯୋଗ କରିଥିଲେ I