-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
କର୍ଲ।ମୁଣ୍ଡା:(ପ୍ରଦିପ କୁମାର ସାହୁ)
କର୍ଲ।ମୁଣ୍ଡା ବ୍ଲକ ନବ ନିର୍ବାଚିତ ସରପଞ୍ଚ ମାନଙ୍କ ଏକ ବୈଠକ ରବିବାର କେସିଙ୍ଗା ବ୍ଲକ ର ବେଲଖଣ୍ଡି ଶୈବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାପଲହରା ସରପଞ୍ଚ ରାଜେଶ୍ୱରୀ ସେନାପତି ଙ୍କ ସଭାପତି ରେ ସରପଞ୍ଚ ସଙ୍ଘ ଗଠନ ର ଆବଶ୍ୟକ ଉପରେ ଆଲୋଚନା କରିବା ସହ ସର୍ବ ସମ୍ମତି ରେ ବ୍ଲକ ସରପଞ୍ଚ ସଂଘ ସଭାପତି ଭାବେ ସରଗୁଲ ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ ଙ୍କୁ ଚୟନ କରିଥିଲେ।ଠିକ୍ ସେହିପରି ସଂଘ ଉପସଭାପତି ରୂପେ ରିଷିଡା ସରପଞ୍ଚ ସେବତୀ ରଣା, ସଂପାଦକ ଭାବେ ଗଜବାହଲ ସରପଞ୍ଚ ଅରବିନ୍ଦ ଗହୀର, ସହ ସମ୍ପାଦକ ବୋରପଦର ସରପଞ୍ଚ ସୁବାଷ ସାହୁ,କୋଷାଧ୍ୟକ୍ଷ ଭାବେ ତେରେସିଙ୍ଗା ସରପଞ୍ଚ ପ୍ରମୋଦ କୁମାର ସୁନା ଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରିଞ୍ଜ। ସରପଞ୍ଚ ପଞ୍ଚାନନ ବାଗ,ରେଗଡା ସରପଞ୍ଚ ଦିପ୍ତୀ ରାଣୀ ସାହୁ, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, କର୍ଲ।ମୁଣ୍ଡା ସରପଞ୍ଚ ସ୍ଵର୍ଣ ଲତା ସାହୁ, ରାଜପୁର ସରପଞ୍ଚ କୌଶଲ୍ୟା ରଣା, ଜୋରାଡବରା ସରପଞ୍ଚ ଖିତିସୁତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।