-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍): ଧନୁପାଲି ଥାନା ଅନ୍ତର୍ଗତ ହରଡ଼ଯୋରରେ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆଜି ପ୍ରାୟ ସକାଳ ୧୦ଟା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯୋରକୁ ଗାଧେଇ ଯାଇଥିବା ସମୟରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି। ପୋଲିସ ଶବର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠେଇଛି I ମୃତ ଯୁବକ ଜଣକ ସ୍ଥାନୀୟ ଗୋବିନ୍ଦତୋଳା ଡ୍ରାଇଭର କଲୋନୀର ସ୍ୱର୍ଗତ ରଘୁନାଥ ପତିଙ୍କ ଏକମାତ୍ର ପୁଅ ଫାଲ୍ଗୁନୀ ପତି ବୟସ ୩୨ ବୋଲି ଜଣାଯାଇଛି ।