-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ବିଭିନ୍ନ ସମସ୍ୟ ନେଇ ଜନମଞ୍ଚ ତରଫରୁ  ପାଟଣାଗଡ ଏନଏସି ସମ୍ମୁଖରେ ଅନଶନ

17-Nov-2020



ବଲାଙ୍ଗିର/ପାଟଣାଗଡ,୧୭ା୧୧-ବଲାଙ୍ଗିର ଜିଲା ପାଟଣାଗଡ ଜନମଞ୍ଚ ତରରୁ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭିଭିନ୍ନ ସମସ୍ୟାର ସ୍ଥାୟୀ ସମଧାନ ଦାବୀରେ ସୋମବାର ଦିନ ଜନମଞ୍ଚର କର୍ମକର୍ତ୍ତାମାନେ  ଏକ ୭୨ଘଣ୍ଟିଆ ଅନଶନରେ ବସିଥିଲେ । ବିଭିନ୍ନ ସମୟରେ ପାଟଣାଗଡ ପ୍ରଶାସନ ସହ ଜନମଂଚ ପକ୍ଷରୁ ପାଟଣାଗଡର ବିଭିନ୍ନ ସମୟ ନେଇ ଆଲୋଚନା କରାଯାଇଉଥିଲା । କିନ୍ତୁ ପ୍ରଶାସନ ଓ ଏନଏସି କତ୍ତୃପକ୍ଷ କୌଣସି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କର୍ଣ୍ଣପାତ ମଧ୍ୟ କରୁନଥିଲେ । ଏନେଇ ଜନମଂଚ ପକ୍ଷରୁ ପୂର୍ବରୁ ଅନଶନରେ ବସିବାକ ପତ୍ର ମଧ୍ୟମରେ ଚେତାବନୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ପାଟଣାଗଡର କୌଣସି ସମସ୍ୟାରେ ସମାଧାନ ନହେବାରୁ ଜନମଂଚର କର୍ମକର୍ତା ଅନଶନରେ ବସିଥିଲେ । ତେବେ  ସେମାନଙ୍କ ଦାବୀ ଗୁଡିକ ମଧ୍ୟରେ ଏମ୍‌ଏସ୍‌ପି  ଧାର୍ଯ୍ୟ ମୂଲ୍ୟରୁ କମ୍ ଦାମରେ ଧାନ କିଣୁଥିବା ବ୍ୟବସାୟୀ ମାନଙ୍କୁ ତାଗିତ ଗରିବା, ପାଟଣାଗଡ ମୁଖ୍ୟ ରାସ୍ତାକୁ ତୁରନ୍ତ ଜବରଦଖଲରୁ ମୁକୁଲାଇବା, ପାଟଣାଗଡ ଏନ୍‌ଏସିରେ ସରକାରୀ ଜମିରେ ବସବାସ କରୁଥିବା ଗରିବ ପରିବାରଙ୍କୁ ସ୍ଥାୟୀ ପଟ୍ଟା ସହ ବସୁନ୍ଧରା ଯୋଜନାରେ ସାମିଲ କରିବା, ଏନ୍‌ଏସି ଷ୍ଟାପ୍ କୋଠରୀରେ ରହି ଆସୁଥିବା ପରିବାର ମାନଙ୍କୁ ଲୋନର ସହାୟତା କରାଯାଇ କ୍ୱାଟର ଛାଡିବା ପାଇଁ କହିବା, ୨୦୧୪ ରୁ ୨୦୧୯ ରେ ଏନ୍‌ଏସିରେ ୧୩ କୋଟି ଖର୍ଚ୍ଚର ସବିଶେଷ ତଥ୍ୟ ସର୍ବସମ୍ମୁଖକୁ ଆଣିବା,  ପାଟଣାଗଡ ଡ୍ରେନର ଅବସ୍ଥାରେ ସୁଧାର ଅଣାଯିବା, ରାସ୍ତା କଡରେ ବୁଲୁଥିବା ଗାଈ ଗୋରୁଙ୍କ ସୁରକ୍ଷା କରାଯାଉ,  ତହସିଲ ବନ୍ଦର ପୁନରାଉଦ୍ଧାର କରାଯାଉ, ଭିଭିନ୍ନ କାମ ପାଇଁ  ଟେଣ୍ଡର ହୋଇଥିବା ପ୍ରୋଜେକ୍ଟକୁ ଆରମ୍ଭ କରାଯାଉ, ଯୁବକମାନଙ୍କୁ ତୁରନ୍ତ ନିଯୁକ୍ତ ଦିଆଯାଉ, ବୌର୍ଯ୍ୟବସ୍ତୁ ନିରାକରଣ ପ୍ରୋଜେକ୍ଟ ତୁରନ୍ତ ଆରମ୍ଭ କରାଯିବା, ଜଡବନ୍ଧ ପାର୍କର ଉନ୍ନତି , ସହରରେ ଥିବା ରାସ୍ତାମାନଙ୍କର ଉନ୍ନତି କରଣ କରାଯିବାକୁ ନେଇ ଦାବୀ କରାଯାଇଛି । ଅନଶନରେ ବିଶିଥିବା ଜନମଂଚର କର୍ମକର୍ତ୍ତାଙ୍କ ପାଖକୁ ଯାଇ  ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ତାଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ  ଏବଂ ମୋ ଦ୍ୱାରା ଯାହା ସମ୍ଭବ ମୁଁ ଏହାର ସମାଧାନ କରିବି ବୋଲି ପ୍ରତିସୃତି ଦେଇଥିଲେ । ବାକି ଅନ୍ୟାନ୍ୟ ସମସ୍ୟା ଗୁଡିର ସମଧାନ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେବି ବୋଲି ତାଙ୍କ ସହିତ ଆଲୋଚନ କରିଥିଲେ ।  ପରେ ପାଟଣାଗଡ ଉପଜିଲାପାଳ ସମୋନାଥ ପଧାନ ଓ ଏନଏସି ଇଓ ଶ୍ରୀ ବେହେରା ସନ୍ଧ୍ୟା ୭ଟାରେ ପୁଣି ଆସି ଅନଶନକାରୀଙ୍କୁ ବୁଝାସୁଝା କରିବା ସହ ମୁଁ ଆସିବା ଦିନଠୁଁ ଦେଖୁଛି ପାଟଣାଗଡର ବିଭିନ୍ନ ସମସ୍ୟା ନେଇ ଜନମଂଚ ହିଁ ଉପସ୍ଥାପନ କରିବା ସହ ପ୍ରଶାସନର ସମ୍ମୁଖକୁ ଅଣୁଛି । ୭ଦିନ ମଧ୍ୟରେ ଦାବି ଗୁଡିକ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କହି ଥଣ୍ଡା ପାନୀୟ ପିଆଇ ଅନଶନ ଭଙ୍ଗ କରିଥିଲେ । ଆଜିର ଏହି ଅନଶନରେ ଡିଙ୍ଗର କୁମ୍ଭାର, ସୁଶିଲ ନାୟକ, ପ୍ରତିକ ନାୟକ, ମନୋଜ କୁମ୍ଭାର, ବନମାଳୀ କୁମ୍ଭାର, ମହାବୀର କୁମ୍ଭାର, ସୁବାଷ ଆଚାର୍ଯ୍ୟ ପ୍ରମୁଖ ସାମିଲଥିଲେ । ଡା. ସୁବ୍ରତ ମେହେରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ଅନଶନସ୍ଥଳକୁ ପହଂଚି ଅନଶନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥ ଯାଂଚ କରିଥିଲେ । ଦାବି ଗୁଡିକ ତୁରନ୍ତ ସମାଧାନ ନହେଲେ ଆଗମୀ ଦିନରେ ପୁଣି ଥରେ ଜନମଂଚ ଧାରଣାରେ ବସିବ ବୋଲି ଜନମଂଚର ସଭ୍ୟ  ଅନଶନକାରୀ ଡିଙ୍ଗର କୁମ୍ଭାର କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like