-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
19-Mar-2022
ରାଉରକେଲା(ପ୍ରେରଣା ଖବର ବ୍ୟୁରୋ) ହୋଲିରେ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ରାଉରକେଲା ଶିଳ୍ପାଞ୍ଚଳର ଜନ ବସତି ପୂର୍ଣ୍ଣ ସେକ୍ଟର ୪ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ରାଉରକେଲା ଅବକାରୀ ବିଭାଗ । ହୋଲି ପାଇଁ ମଦ ଦୋକାନ ବନ୍ଦ ରହିଥିବା ବେଳେ ଅବିକଳ ଅସଲି ଭଳି ଦିଶୁଥିବା ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ତିଆରି କରି ଖୋଲା ବଜାର ବିକ୍ରି କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ତେବେ ହୋଲି ଦିନ ବଡି ଭୋରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିବା ସହିତ ଜଣଙ୍କୁ ଗିରଫ କରିଛି । ତେବେ ଏତେ ପରିମାଣର ବିଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ବୋତଲ, ଠିପି, ଲେବଲ ଆଦି କେଉଁଠାରୁ ଆସୁଛି ଏବଂ ନକଲି ମଦ କାରବାର ର ଚେର କେତେ ଦୂର ଲମ୍ବିଛି ସେ ନେଇ ଅବକାରୀ ବିଭାଗର ତଦନ୍ତ ଜାରୀ ରହିଛି,ବୋଲି ସୂଚନା ମିଳିଛି ।