-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ଅଧିନସ୍ଥ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ଆନୁକୂଲ୍ୟ ରେ ଶହେ ଜଣ ଛାତ୍ରୀ ଙ୍କୁ ନେଇ ଦୀର୍ଘ 9 ଦିନ ବ୍ୟାପୀ ଚାଲିଥିବା ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ
ଶିକ୍ଷକ ଶ୍ରୀ ମୁରଲୀଧର ରଣା ଙ୍କ ଅଧ୍ୟକ୍ଷତା ରେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ରେ କାର୍ଯ୍ୟରତ ବୌଦ୍ଧ ର ସୁନାମଧନ୍ୟ ଯଶସ୍ବୀ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପ୍ରାପ୍ତ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସୁନୀଲ ମିଶ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଦିଗଦର୍ଶନ ଦେଇଥିଲେ l ଅନ୍ୟତମ ଅତିଥି ଭାବରେ ଯୋଗ ପ୍ରଶିକ୍ଷିକା ତଥା ଜାତୀୟ ସ୍ତରର ଖୋକୋ କ୍ରୀଡ଼ାବିତ ଶ୍ରୀମତୀ ଜ୍ୟୋସ୍ନାରାଣୀ ମିଶ୍ର ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ଛାତ୍ରୀ ମାନଙ୍କ ଆତ୍ମ ରକ୍ଷା କୌଶଳ, ଶିକ୍ଷାର ଆବଶ୍ୟକତା, ଜୀବନ କୌଶଳ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରି କ୍ରୀଡା ସମ୍ବନ୍ଧୀୟ ଅନୁଭୂତି କୁ ନେଇ କିଭଳି କର୍ମ ସଂସ୍ଥାନ ରେ ନିୟୋଜିତ ହୋଇ ପାରିବେ ସେ ବିଷୟରେ ଆଲୋକ ପାତ କରିଥିଲେ l ବରେଣ୍ୟ ଅତିଥି ଭାବରେ ସ୍ଥାନୀୟ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରାଉତ ଯୋଗ ଦେଇ ପ୍ରଶିକ୍ଷିକା ମିଲି ନାୟକ, ପଦ୍ମିନୀ ବାରିକ, ଅନିତା ମହାରଣା, ସୁଶ୍ରୀ ସଂଗୀତା ଛୋଟରାୟ ଙ୍କୁ ପ୍ରଶଂସା କରିବା ସହ ଅନୁପ୍ରେରିତ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବରେ ଏଲ. ଏନ.ଟି. ମେଗା ପ୍ରକଳ୍ପ ର ନିର୍ମାଣ ଅଧିକାରୀ ଶ୍ରୀ ଏମ. ଡି. ଆଲମ ଯୋଗ ଦେଇ ବିଦ୍ୟାଳୟ ପ୍ରତି ତାଙ୍କର ସକାରାତ୍ମକ ମନୋଭାବ ସହ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନୀୟା ଅତିଥି ଭାବରେ ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଯୋଗ ଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସଂଶା କରିବା ସହ ଆଗାମୀ ଦିନରେ ବାଳିକା ଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ସମୂହ କୁ ସମସ୍ତ ଉଚ୍ଚ ବିଦ୍ୟାଳୟ ତଥା ଯୁକ୍ତ ଦୁଇ ମହାବିଦ୍ୟାଳୟ ମାନଙ୍କରେ କରାଯାଇ ଛାତ୍ରୀ ଙ୍କ ର ସହାଭାଗିତା ବୃଦ୍ଧି କରିବା ଦିଗରେ
ଦୃଢୋକ୍ତି ପ୍ରକାଶ କରିଥିଲେ l ହରଭଙ୍ଗା ଉଚ୍ଚ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଥିବା ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସାହିତ୍ୟିକ ନୀଳଲୋହିତ ମହାପାତ୍ର କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଅତିଥି ସମ୍ଭାଷଣ କରିବା ସହ ବ୍ୟକ୍ତିତ୍ୱକୁ ସମୃଦ୍ଧ ଓ ସମାଜ ଉପଯୋଗୀ କରାଇବା ଆଜିକାର ଶିକ୍ଷାଧାରା ର ଲକ୍ଷ୍ୟ l ଏ ଦିଗରେ ଶ୍ରେଣୀ କକ୍ଷ ବା ଶିକ୍ଷକ ଙ୍କର ବିଦବରା ପର୍ଯ୍ୟାପ୍ତ ନୁହେଁ l ଆବଶ୍ୟକ ରହିଛି କିଛି କଳା କୁଶଳତା, ସୂକ୍ଷ୍ମ ଅନୁଧ୍ୟାନ ଓ ବିଶ୍ଳେଷଣ ବୋଲି ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l