-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗିର(ପ୍ରେରଣା ଖବର) ଭାରତ ସରାକରଙ୍କ ସଂସ୍କୃତି ବିଭାର ସିସିଆରଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ତେବେ ୨୦୧୯-୨୦ ବର୍ଷ ପାଇଁ ଇତି ମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଗର୍ବ ଓ ଗୌରବର କଥା ଏହି ବର୍ଷ ସକାଶେ ଲୋକନୃତ୍ୟରେ ମେଧାବୃତ୍ତି ପାଇବା ପାଇଁ ବଲାଙ୍ଗୀର ର ୩ ଜଣ ଯୁବ କଳକାର ମନୋନୀତ ହୋଇଛନ୍ତି । ସେମାନେ ହେଲେ ରୀମା ବାଗ , ସୋମା ପ୍ରଧାନ ଓ ସୁମିତ୍ରା ଭୋଇ । ରୀମା ପ୍ରଦର୍ଶନ କଳାରେ ସ୍ନାତକତ୍ତୋର କରିଥିବା ବେଳେ ସୋମା ଓ ସୁମିତ୍ରା ଦୀର୍ଘବର୍ଷ ହେଲା ଲୋକନୃତ୍ୟ କରି ଆସୁଛନ୍ତି । ରୀମା ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରାୟତଃ ଅଂଚଳରେ ନିଜର ଲୋକନୃତ୍ୟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ସାରିଛନ୍ତି । ମେଧାବୃତ୍ତି ପାଇଥିବା ଏହି ୩ ଜଣ ଯୁବ କଳାକାର ଦୀର୍ଘ ୨ ବର୍ଷ ଧରି ପ୍ରଖ୍ୟାତ ଗୁରୁମାନଙ୍କ ନିକଟରେ ନିଜର ଲୋକକଳାକୁ ଆହୁରୀ ଶାଣିତ କରିବା ପାଇଁ ଶିକ୍ଷା ଗ୍ରହଣ କରିବେ । ଏହି ୩ ଜଣ କଳାକାର ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଦୁଲଦୁଲି କଳା କରିଷଦ ର ସଭାପତି ପ୍ରଭାସ ପାଣିଗ୍ରାହୀ , ସମ୍ପାଦକ ବାସୁଦେବ ସା , ଉପ ସଭାପତି ଦୀନେଶ ଶର୍ମା , ଉପଦେଷ୍ଟା କୁନା ବାଗ , ଉପଦେଷ୍ଟା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର , ନୀଳାଂଚଳ ନନ୍ଦ , ସୁଦାମ ବିଶି ଓ ଡ.ଲଳିତ ସାହୁ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଛନ୍ତି ।