-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗିର, (ପ୍ରେରଣା ଖବର)ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି ଧର୍ମବ୍ରତ ରଥ ଓ ବରିଷ୍ଠ ସଦସ୍ୟ ଦିବାକର ହୋତା, ମହେଶ୍ୱର ସାହୁ ପ୍ରମୁଖ ପୂର୍ବତଟ ରେଳପଥ ଭୁବନେଶ୍ୱର ରୁ ପରିଦର୍ଶନରେ ଆସିଥିବା ଜିଏମ୍ ଅର୍ଚ୍ଚନା ଯୋଷୀ, ଡିଆରଏମ୍ ପ୍ରଦିପ କୁମାର ଓ ତାଙ୍କ ପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ସାକ୍ଷାତ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ବିଶାଖାପାଟଣା - ଅମୃତସର ଏକ୍ସପ୍ରେସକୁ ବରଗଡ ବଲାଙ୍ଗିର ଦେଇ ଚଳାଇବା, ସମତା ଏକ୍ସପ୍ରେସକୁ ବଲାଙ୍ଗିର-ବରଗଡ ଓ ସମ୍ବଲପୁର ଦେଇ ବଳକା ଦୁଇଦିନ ଚଳାଇବା, ସମ୍ବଲପୁର - ପୁରୀ ଇଣ୍ଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚଳାଇବା, ଭବାନିପାଟଣା - ପୁରି ଇଣ୍ଟରସିଟି - ବଲାଙ୍ଗିର - ବରଗଡ - ସମ୍ବଲପୁର ଦେଇ ଚଳାଚଳ କରାଇବା, ବଲାଙ୍ଗିର- ବିଛୁପାଲି ଟ୍ରେନକୁ ସମ୍ବଲପୁର ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଇବା, ବଲାଙ୍ଗିର ଜଙ୍ଗ୍ସନରେ ଲିଫ୍ଟ ବ୍ୟବସ୍ଥା ଶିଘ୍ର ଚାଲୁ କରାଇବା, ଟିକେଟ ବୁକିଂ କାଉଣ୍ଟରରୁ ପ୍ଲାଟଫର୍ମ ଗେଟ ପର୍ଯ୍ୟନ୍ତ ଛାଉଣିର ବ୍ୟବସ୍ଥା କରାଇବା, ବଲାଙ୍ଗିର ଜଙ୍ଗସନରେ ଟ୍ରେନ କୋଚ ଓା୍ୱସିଂ ବ୍ୟବସ୍ଥା କରାଇବା ଇତ୍ୟାଦି ଦାବି ସଂପର୍କରେ ଉଲ୍ଲେଖ ରହିଥିଲା ।