-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ସୁବର୍ଣ୍ଣପୁର -16-03 ଆଜି ସୁବର୍ଣ୍ଣପୁର କଲେଜ ପଡିଆ ଠାରେ ସମଲେଇଶ୍ବରୀ ସ୍ପୋର୍ଟିଂ କ୍ଳବ ଘୋଡ଼ାଘାଟପଡ଼ା ପକ୍ଷରୁ 16 ତମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ କୁ ଉଦଘାଟନ କରାଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କୁ ଉଦଘାଟନ କରି ଖେଳୁଆଡ଼ ମନୋଭାବ ନେଇ ଆଗକୁ ବଢିଲେ କ୍ରୀଡାବୀତ ର ଭବିଷ୍ୟତ ଉଜ୍ବଳ ହୋଇଥାଏ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଭେଟେରାନ କ୍ରୀଡ଼ାବିତ ରଘୁନାଥ ସାହୁ, ଦିଲ୍ଲୀପ ଗୁରୁ, ବାପୁଜୀ କ୍ଲବ ସଭାପତି ଶିବ ପ୍ରସାଦ ଗୁରୁ, ଓ ସି ଏ ଓମ୍ପେୟାର ବଳରାମ ପଟ୍ଟନାୟକ, ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l ଆଜି ର ଉଦ୍ଘାଟନୀ ମ୍ୟାଚ ରେ ଏମ ବି କେ ସି ସି ଖାରି କୁ ହରାଇ ସୋନପୁର ଭଗବତୀ ସ୍ପୋର୍ଟିଂ ବିଜୟୀ ହୋଇଥିବା ବେଳେ ଏହି ଟୁର୍ନାମେଣ୍ଟ ରେ 20 ତାରିଖ ଯାଏ ପ୍ରତ୍ୟହ ସାତ ଗୋଟି ମ୍ୟାଚ ଓ ଫାଇନାଲ ରେ ପାଞ୍ଚୋଟି ମ୍ୟାଚ ଖେଳାଯିବ ଓ ସାତ ଓ ଭୋର ବିଶିଷ୍ଟ ପ୍ରତି ଟି ଧମାକା ମ୍ୟାଚ ରେ ଆଠ ଗୋଟି ଖେଳାଳୀ ଭାଗ ନେଇପାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି l?