-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2022
ସୁବର୍ଣ୍ଣପୁର/ ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳ ର ସମୁଦାୟ ୩୯ ଟି ୱାର୍ଡର ୪୮ ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ଆବଶ୍ୟକ ୧୨0 ଜଣ ସେକ୍ଟର ଅଫିସର,ପ୍ରିଜାଇଣ୍ଡିଙ୍ଗ ଓ ଫାଷ୍ଟ ପୁଲିଂ ଅଫିସରଙ୍କୁ ନେଇ ଏକ ତାଲିମ ଶିବିର ସୋନପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ )ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଶ୍ରୀ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ଶ୍ରୀ ନିହାର ରଞ୍ଜନ କଁହର, ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ,ନିର୍ବାହୀ ଅଧିକାରୀ ସୋନପୁର ମ୍ୟୁନିସିପାଲିଟି ଶ୍ରୀ ସୂର୍ଯ୍ୟଂଶୁ ରୁଟ ଙ୍କ ଉପସ୍ଥିତିରେ ମାଷ୍ଟର ଟ୍ରେନର ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅମୁଲ୍ୟ କୁମାର ନନ୍ଦ ପାୱାର ପଏଣ୍ଟ ଜରିଆରେ ଇ ଭି ଏମ ରେ ଭୋଟ ଗ୍ରହଣ ପଦ୍ଧତିର ଡେମୋ ତଥା ଟେଣ୍ଡର ଭୋଟ ଏବଂ ଚେଲେଞ୍ଜ ଭୋଟ ପାଇଁ ଆବଶ୍ୟକ ନିୟମାବଳୀ ଓ ଭୋଟିଙ୍ଗ ପକ୍ରିୟା ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମାଷ୍ଟର ଟ୍ରେନର ଶଶୀଭୂଷଣ ପ୍ରଧାନ,ଏ ବି ଡି ଓ,
ସୋନପୁର, ଶ୍ରୀକୁମାର ରଥ - ନିର୍ବାହୀ ଅଧିକାରୀ, ବିନିକା ଏନ ଏ ସି, ଦେବାଶିଷ ଭୁଁୟା -ଜେଇ, ସୋନପୁର ମ୍ୟୁନିସିପାଲିଟି, ପ୍ରମୁଖ ତାଲିମ ପ୍ରଦାନ କରି ନିର୍ବାଚନ ପରିଚାଳନା ନିୟମାବଳୀ ଉପରେ ଆଲୋକପାତ କରିଥିଲେ l ପୌର ନିର୍ବାଚନ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀମତୀ ନିଶି ପୁନମ ମିଞ୍ଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ସାଧାରଣ ଓ ବିବିଧ ଶାଖା ସୂର୍ଯ୍ୟମଣୀ ଭୋଇ ସହଯୋଗ କରିଥିଲେ |