-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁରରେ ଦିନକୁ ଦିନକୁ କରୋନା ସଂକ୍ରମଣ ହ୍ରାସ ପାଇବା କୁ ଦୃଷ୍ଟିରେ ରଖି ସମ୍ବଲପୁର କୋଭିଡ ଡାକ୍ତରଖାନାରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁକୁ ଛାଡ଼ି ଦେଲେ ବାକି ବ୍ୟବସ୍ଥା ବନ୍ଦ କରାଯାଇଛି l ଦୀର୍ଘ ୭ମାସ ପରେ ଆଜି କୋଭିଡ ଡାକ୍ତରଖାନାକୁ ବନ୍ଦ କରି ଦିଅଯାଇଛି। ଏଥିସହିତ ଆସନ୍ତା ୨୦ ତାରିଖରୁ ଏହି ସ୍ଥାନରେ ପୂର୍ବବତ ସଦର ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏମଚିଏଚ, ସର୍ଜରି ଏବଂ ଅର୍ଥୋପେଡିକ୍ସ ୱାର୍ଡ ରୋଗୀ ସେବା ପ୍ରସ୍ତୁତ ହୋଇଯାଇଛି। କିଛିଦିନ ମଧ୍ୟରେ ମେଡିସିନ ୱାର୍ଡ ମଧ୍ୟ ପ୍ରସ୍ତୁତ ହୋଇଯିବ। ଗତ ଏପ୍ରିଲ ୨୨ ତାରିଖରେ ସଦର ଡାକ୍ତରଖାନା ବନ୍ଦ ହୋଇ ସେହି ସ୍ଥାନରେ କୋଭିଡ ଡାକ୍ତରଖାନା ଉଦଘାଟିତ ହୋଇଥିଲା। ଏହା ବଦଳରେ ଅଣକୋଭିଡ ରୋଗୀଙ୍କ ପାଇଁ ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଏବଂ ଅଇଁଠାପାଲିସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା l