-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) ଦୁଇ ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ । ସୁ ବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି । ଯେଉଁମାନଙ୍କର ଢ଼ହଁ ବିକ୍ରି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କୁ ଟୋକାନ ଦିଆଯାଉଛି । ଅଲଫାବେଟିକ ଅନୁସାରେ ଟୋକାନ ଦିଆଯାଉଛି ।ଯେଉଁମାନେ ଟୋକାନ ପାଇଁ ପଞ୍ଜିକରଣ କରିଛନ୍ତି କୌଣସି ଅସୁବିଧା ହେବନାହିଁ ସମସ୍ତଙ୍କୁ ଟୋକାନ ଦିଆଯିବ । ଏ ପର୍ଯ୍ୟନ୍ତ 46 ହଜାର 600 ମେଟ୍ରିକ ଟନ ଧାନ କିଣା ଯାଇଛି । 2 ଦିନରେ କିଣା ଯାଇଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ଆରମ୍ଭ ହୋଇଛି ଧାନ କିଣା । ଚଳିତ ବର୍ଷ 71 ଲକ୍ଷ ମେଟ୍ରିକ ଟନ ଧାନ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହାଠାରୁ ଅଧିକ ଧାନ ଚାଷୀଙ୍କ ପାଖରେ ରୁହେ ତେବେ ତାହା ମଧ୍ୟ କିଣିବା ନେଇ ସରକାର ବ୍ୟବସ୍ଥା କରିବେ ।
ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି l