-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||     

HOME   ଜିଲ୍ଲା

ଶ୍ରମଭିତ୍ତିକ ଯୋଜନାରେ ଫେକ୍ ଶ୍ରମିକ ! ଉଚ୍ଚ ଅଧିକାରୀଙ୍କ ଜ୍ଞାତସାରରେ କୋଟି କୋଟି ବାଟମାରଣା

09-Mar-2022



ବଲାଙ୍ଗୀର// ( ମଳୟ ମିଶ୍ରଙ୍କ ରିପୋର୍ଟ ) : ସଂପ୍ରତି ନିର୍ବାଚନଋତୁରେ ଅନ୍ୟସବୁ କାମଦାମ ପ୍ରତି ସରକାରଙ୍କର ସେତେଟା ନଜର ନାହିଁ । ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାଚନ ପରେ ଏବେ ଲାଗ୍ ଲାଗ୍ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଛି । ଲୋକଙ୍କର ବି ଏଇ କ୍ଷମତା ପ୍ରତିଯୋଗିତାରେ ଅନ୍ୟଆଡକୁ ଦୃଷ୍ଟି ବୁଲାଇବାକୁ ଫୁର୍ ସତ୍ ମିଳୁନାହିଁ ।  ତେଣୁ ଦୁଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଇଏ ଏକ ସୁଯୋଗ । ଏଇ ସୁଯୋଗରେ ସେମାନେ ଅଧେ ଅଧେ କରି ମିଥ୍ୟାବିଲ୍ କରି ବେଶ୍ ହାତଚିକ୍କଣ କରିଚାଲିଛନ୍ତି । ଏଭଳି କିଛି କଥା ଏବେ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି ।  କିଛିଦିନତଳେ ଲାଠୋର ବନବିଭାଗ ରେଞ୍ଜ୍ ର ଭାଲୁକନା ଗାଁ'ର ଅଭିଯୋଗ ହେଉ ବା ଏବେ ସାମ୍ନାକୁ ଆସିଥିବା କଣ୍ଟାବାଞ୍ଜି ରେଞ୍ଜ୍ ର ଅଧେ ଶ୍ରମିକ ମଜୁରୀ ବାଟମାରଣା ଅଭିଯୋଗ ହେଉ  ! ଏହା ପୂର୍ବରୁ  ନୂଆଖାଇ ବେଳର ସେଇ ଲାଠୋର ରେଞ୍ଜ୍ ର କନ୍ଦାଗାଡ ନର୍ସରୀର ବାହାର ଶ୍ରମିକ ଆଣି କାହାକୁ ମେଞ୍ଚେ ଓ କାହାକୁ କେଞ୍ଚେ ମଜୁରୀ ଦିଆଯିବା ଅଭିଯୋଗରେ ରେଞ୍ଜର ଅଫିସ୍ କୁ ଗ୍ରାମବାସୀଙ୍କ ଧାଁ ଦଉଡ ଘଟଣା ହେଉ !  ବନବିଭାଗରେ ଏସବୁ ଅଭିଯୋଗ ପ୍ରତି ଉଚ୍ଚାଧିକାରୀ ଏତେଟା ସମ୍ବେଦନଶୀଳ ନୁହଁନ୍ତି ବୋଧେ । ସବୁ ଚପିଯାଏ  !

ତେବେ ବନବିଭାଗ ହେଉ ବା ବ୍ଲକ୍ ବିଭାଗ , ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ବିଭାଗର ଶ୍ରମଭିତ୍ତିକ ଯୋଜନାରେ ମିଥ୍ୟା ଜବ୍ କାର୍ଡ ବା ଫେକ୍ ଶ୍ରମିକଙ୍କ ନାଁ'ରେ ସ୍ଥାନୀୟ ବ୍ୟାଙ୍କ୍ ମାନଙ୍କରେ ବା ବିଶେଷତଃ  ବିଭିନ୍ନ ବ୍ୟାଙ୍କ୍ ଲିଙ୍କ୍ ହୋଇଥିବା ଗ୍ରାହକ ସେବା କେନ୍ଦ୍ର ବା କିଓସ୍କ ବ୍ୟାଙ୍କଶାଖାରେ ଆକାଉଣ୍ଟ୍ ଖୋଲି ଏ ଧରଣର ଜାଲିଆତି କରାଯାଉଥିବା କୁହାଯାଉଛି । ଅଭିଯୋଗ ଅନୁଯାୟୀ , କୌଣସି ଶ୍ରମଭିତ୍ତିକ ଯୋଜନାରେ କେତେକ ଶ୍ରମିକଙ୍କୁ ପଟାଇ ସେମାନେ କାମ ନକଲେ ମଧ୍ୟ ସେମାନଙ୍କ ନାଁ'ରେ ଆକାଉଣ୍ଟ୍ ଖଲିଦିଆଯାଏ ଓ ସେଥିରେ ମଜୁରୀଟଙ୍କା ପକାଇ ସେମାନଙ୍କ ସହାୟତାରେ ଉଠାଇନିଆଯାଏ । ଏଥିପାଇଁ ସେମାନେ ବିନାକାମରେ କିଛି କମିଶନ ପାଆନ୍ତି ଓ ଏଇ ଆଶାରେ ଜବ୍ କାର୍ଡ କୁ ସାମୟିକ ବନ୍ଧକ ପକେଇ ଭଡା ନିଅନ୍ତି । ଏହା ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି । କଣ୍ଟାବାଞ୍ଜି ବନବିଭାଗ ରେଞ୍ଜ୍ ର ତୁରେକେଲା ଅଞ୍ଚଳରେ ଏପରି ଏକ ଅଭିଯୋଗ ପ୍ରକାଶ ପାଇଛି ଓ ଏଥିରେ ଖୋଦ୍ ଜଣେ ପାରା କର୍ମଚାରୀ ଅଭିଯୋଗ କରିଥିବା ପ୍ରକାଶ । ତେବେ ଉକ୍ତ ଅସ୍ଥାୟୀ କର୍ମଚାରୀ ଜଣକ କେତେକ ଶ୍ରମିକଙ୍କ ସହ ସଲାସୁତୁରାରେ ଫେକ୍ ଶ୍ରମିକ ନିୟୋଜିତ କରି ପରେ ରେଞ୍ଜରଙ୍କ ହାତରେ ଧରାପଡିଥିବା ଓ  ଓଲଟା ରେଞ୍ଜରଙ୍କ ମୁଣ୍ଡରେ ଅଠା ବୋଳୁଥିବା ଜଣାଯାଇଛି ।  ତେବେ ଅନ୍ୟ ସ୍ଥାନରେ ନିଜେ ରେଞ୍ଜର ମଧ୍ୟ ଏଭଳି କାରବାରରେ ଜଡିତ ରହିଆସୁଛନ୍ତି ବୋଲି କୁହାଯାଉଛି । ଏପରିକି ପଅରିଦିନ ଡିଏଫଓ କଣ୍ଟାବାଞ୍ଜି ଗସ୍ତ କରିଥିବାବେଳେ ଏ ସମ୍ପର୍କରେ ଅବଗତ ଥିବା ପ୍ରକାଶ । ତଥାପି ସେ ଏ ଘଟଣାରେ ଅଦ୍ୟାବଧି କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇନାହିଁ । ସରକାରୀ ଯୋଜନାର ଏହି ଠକେଇ ଅଭିଯୋଗ ମାମଲା ଦଫାରଫା ହେଇଗଲା କି  ? ' ବୋଲି ଲୋକେ ସନ୍ଦେହ କରିବା ସ୍ବାଭାବିକ ।  ତେଣୁ ଏଭଳି ଶ୍ରମଭିତ୍ତିକ ଯୋଜନାର ଠକେଇରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ୍ ରହିଆସିଥିବା ଜଣାଯାଏ । କିଛିଦିନତଳେ ଲାଠୋର ରେଞ୍ଜ୍ ର ଜଣେ ସଦ୍ୟ ଭିଜିଲାନ୍ସଅଭିଯୁକ୍ତା ମହିଳା ଫରେଷ୍ଟରଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଏକ ଅଭିଯୋଗ ପ୍ରକାଶ ପାଇଥିଲା ଓ ତାହା ମଧ୍ୟ ଚପିଗଲା  !

ତେବେ  ଏହି ଗୋଟିଏ ଦୁଇଟି ଅଭିଯୋଗ ବି କେବଳ ବନବିଭାଗର ଘଟଣା ନୁହେଁ ;  ବ୍ଲକ୍ , ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗର ମନରେଗା ପରି ଜାତୀୟ ଯୋଜନା ବା ବିଭିନ୍ନ ଶ୍ରମଭିତ୍ତିକ ଯୋଜନାରେ ଏପରି ଉପାୟରେ ବର୍ଷ ବର୍ଷ ଧରି ବ୍ୟାପକ ଫେକ୍ ଶ୍ରମିକ , ଫେକ୍ ଶ୍ରମଦିବସ ଓ ମିଥ୍ୟାବିଲ୍ କରାଯାଇ କୋଟି କୋଟି ଟଙ୍କାର ହଡପ ଓ ବାଟମାରଣା ଅବ୍ୟାହତ ରହିଛି । ଅଥଚ ସରକାର ବା କ୍ଷମତାସୀନ ଦଳ ନିଜ କ୍ଷମତା ବଞ୍ଚାଇବାର କୌଶଳରେ ତତ୍ପର ରହିଆସୁଛନ୍ତି ବୋଲି ଲୋକେ ସମାଲୋଚନା ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026

You Might Also Like