-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||     

HOME   ଜିଲ୍ଲା

ଗୁଗଲିଖବରର ସତମିଛ କେତେ ? ଜଡିତ / ପୀଡିତା / ବିଭାଗୀୟ କର୍ତ୍ତୃପକ୍ଷ ଓ ସର୍କାର ଚୁପ୍ ! ଏକ ପ୍ରକାଶିତ ଖବର ତଦନ୍ତ ହେବା ଉଚିତ୍ ?

09-Mar-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଗତ ରବିବାର ଦିନ ଏକ ବହୁଳ ପ୍ରସାରିତ ଦୈନିକ ଖବରକାଗଜର ସ୍ବତନ୍ତ୍ର ପୃଷ୍ଠାରେ ଏକ ରୋଚକ ଗୁଗଲିଖବର 'ପ୍ରେମରେ ମସଗୁଲ ଜଙ୍ଗଲୀ ଅଫିସର' ପ୍ରକାଶିତ ହୋଇଛି ।  ଏହାକୁ ନେଇ ଏବେ ସହରରେ ଚର୍ଚ୍ଚା । ଏହି ଖବର ଅନୁଯାୟୀ, ଏହି କଥାରେ କେବଳ ବଲାଙ୍ଗୀର ଜିଲ୍ଲା ଉଠୁଛି ପଡୁଛି ନୁହେଁ, ସୋନପୁର, ବୌଦ୍ଧ , କଳାହାଣ୍ଡି, ନୂଆପଡା ଓ ବରଗଡ ଆଦି ଜିଲ୍ଲାରେ ମଧ୍ୟ ଚର୍ଚ୍ଚା । ଚା' ପାନ ଦୋକାନରେ ବି ଚର୍ଚ୍ଚା । କୁଆଡେ ଏହି ଜଙ୍ଗଲୀ ବିଭାଗର ବଡବଡିଆ ବାବୁ ଜଣକ ଆସିଲlବେଳେ ଚୋରା କାଠମାଫିଆଙ୍କୁ ସାବାଡ୍ କରିଦେବେ ଓ ବିଭାଗରେ କିଛି ସଂସ୍କାର ଆଣିବେ ବୋଲି ଆଶା କରାଯାଉଥିଲା । ହେଲେ ବାବୁ ଆସୁ ଆସୁ ତାଙ୍କର ଜଣେ ମହିଳା କର୍ମଚାରୀଙ୍କ ପ୍ରେମରେ ପଡି ଉବୁଟୁବୁ ହେଉଛନ୍ତି  ! ଏପରିକି ତାକୁ ସାଙ୍ଗରେ ନେଇ ଭୁବନେଶ୍ବର ଓ ରାଜ୍ୟବାହାରକୁ ବି ଟୁର୍ ରେ ଯାଉଛନ୍ତି  ?  ନିଜର ପତ୍ନୀ ଥିଲେ ବି । ଏଇକଥାକୁ ନେଇ କୁଆଡେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାକ୍ ବିତଣ୍ଡା ହେଇ କଥା ବଢିଗଲା । ମାଡାମ୍ ବିଷ ଖାଇଦେଇ ହସ୍ପିଟାଲରେ ପଡିଲେ । ସେଠି କୁଆଡେ ଜିଲ୍ଲାମୁଖିଆ ଓ ଖାକୀମୁଖିଆ କଥାଟିକୁ ଦଫାରଫା କରିଦେଲେ  ! ତଥାପି ବାବୁ ସୁଧୁରି ନଯାଇ ପୁଣି ସେ ଅଫିସ୍ ବାଲୀ ସହ ନସରପସର ହେଉଛନ୍ତି  ! 

ଏଇଟା ନୂଆଖବର ନୁହେଁ । କିଛିଦିନ ତଳେ କେତେକ ମିଡିଆରେ ବାହାରି ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଖାଲି ଏତିକି ନୁହେଁ , ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭିଜିଲାନ୍ସ ଅଭିଯୁକ୍ତ ଜଣେ  ଜଙ୍ଗଲବାବୁ ଓ ତାଙ୍କ କାଠମାଫିଆ ଅସାମାଜିକ ଯୁବକବନ୍ଧୁ ସନ୍ଦେହରେ କଣ୍ଟାବାଞ୍ଜି ଓ ବଲାଙ୍ଗୀରର କିଛି ସାମ୍ବାଦିକଙ୍କୁ ଧମକଚମକ ଦେଲେ । ମାଡାମ୍ ସେମାନଙ୍କ ବିରୋଧରେ ମାନହାନୀ କେସ୍ କରିବେ ବୋଲି  ପ୍ରଚାର କଲେ । ଡକାୟତିଅଭିଯୁକ୍ତ ଗୁଣ୍ଡା ଜଣକ ସମ୍ପୃକ୍ତ କଣ୍ଟାବାଞ୍ଜିର ସାମ୍ବାଦିକଙ୍କୁ ବଲାଙ୍ଗୀର ଆସିଲେ ଦେଖିନେବାକୁ ଏଠିକାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ବି ଶୁଣାଇଦେଲେ । ବଡ ଜଙ୍ଗଲବାବୁ ତାଙ୍କ ରେସ୍ ରେ ସରକାରୀ ଅର୍ଥରେ ଗୋତି ଖଟୁଥିବା ଜଣେ ଦି'ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନିକାଲି ଦେଲେ । ସନ୍ଦେହରେ ଜଣେ ମହିଳାଅଧିକାରୀଙ୍କ ଅଫିସ୍ ର ଡାଟା ଅପରେଟରଙ୍କୁ ଅନ୍ୟତ୍ର ବଦଳି କରିଦେଲେ ।  ସେଠିକା ଅଧିକାରୀଙ୍କୁ ଲଗାଇ ଟଙ୍କାପଇସା ଲାଞ୍ଚ ଯାଚିଲେ । ଖାକୀବାବୁ ବି କୁଆଡେ ଥରେ କଣ୍ଟାବାଞ୍ଜି ଗସ୍ତବେଳେ ସେଠିକା ଛୋଟସାମ୍ବାଦିକଙ୍କୁ ମୃଦୁଧମକ ବି ଦେଇଥିଲେ  ! 

ତଥାପି ହସ୍ପିଟାଲରେ କାହିଁକି ବଡ ଜଙ୍ଗଲ ବାବୁଙ୍କ ମାଡାମ୍ ବିଷ କି ମାତ୍ରାଧିକ ପରିମାଣର ଔଷଧଖାଇ ଭର୍ତ୍ତି ହେଇଥିଲେ ଓ ତା'ପଛରେ ଜିଲ୍ଲାର ଜଣେ ବଡଅଧିକାରୀଙ୍କ ଅବୈଧ ଆଚରଣ ସମେତ ଜିଲ୍ଲାର ଅନ୍ୟ ଦୁଇଜଣ ମୁଖିଆ ଅଧିକାରୀଙ୍କର ସେହି ଘଟଣାକୁ ଚପାଇଦେବା ଚର୍ଚ୍ଚାର ବିଭାଗୀୟ ବା ସରକାରୀ ସ୍ତରରେ ତଦନ୍ତ ସୁଦ୍ଧା ହେଲାନାହିଁ  ! ଫଳରେ ଏବେ ପ୍ରକାଶିତ ଗୁଗଲିଖବର ଅନୁଯାୟୀ , ଉକ୍ତ ଜଙ୍ଗଲୀବାବୁ ପୁଣି ପୂର୍ବ ଲୀଳାରେ ମାତିଛନ୍ତି  !

ଏଣୁ ଏ ଖବରର ସତମିଛ କେତେ ସରକାର ସ୍ପଷ୍ଟ କରନ୍ତୁ ଓ ସେମାନେ ଯେତେବଡ ହେଲେ ବି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।  ଏହି ଅନୈତିକ ଆଚରଣର ଅଭିଯୋଗର ଚର୍ଚ୍ଚାକୁ ତୁଣ୍ଡରେ ତୁଣ୍ଡି ବା ମାସ୍କ ନ ବାନ୍ଧି ଜିଲ୍ଲାର ସମସ୍ତ ମିତିଆ , ବୁଦ୍ଧିଜିବୀ ଓ ଲୋକପ୍ରତିନିଧି ମାନେ ଦୃଢଭାବେ ନିନ୍ଦା କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିବା ଆବଶ୍ୟକ  ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026

You Might Also Like