-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||     

HOME   ଜିଲ୍ଲା

କଳାମଣ୍ଡଳର ପରିଷ୍କାର ପରିଚ୍ଛନ୍ନତା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ କେବେ ?

09-Mar-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀରର ହୃଦସ୍ଥଳରେ ଅବସ୍ଥିତ ଐତିହାସିକ ସାସ୍କୃତିକ ଓ ସର୍ବସାଧାରଣ ସ୍ଥଳ କୋଶଳ କଳା ମଣ୍ଡଳ ପଡିଆର ପରିଷ୍କାର ପରିଚ୍ଛନ୍ନତା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ କେବେ ସମ୍ଭବ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଚଳିତ ପୌରନିର୍ବାଚନ ବେଳେ ଏପରି ପ୍ରଶ୍ନର ଯଥେଷ୍ଟ ଗୁରୁତ୍ୱ ରହିଛି । ଜିଲ୍ଲା ପ୍ରଶାସନ , ବଲାଙ୍ଗୀର ପୌର ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ତିନି ପଞ୍ଝାରେ ଫସିରହିଥିବା ଜିଲ୍ଲା ସଦରମହକୁମାର ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନଟି ସମ୍ପର୍କରେ ଯୁଗାବଧି କେହି ଚିନ୍ତା କରୁଥିଲା ପରି ମନେହୁଏନାହିଁ ।

ସହରର ମଧ୍ୟସ୍ଥଳର ଏହି ପଡିଆଟି ବର୍ଷ ବର୍ଷ ଧରି ଖୋଲାମୁତ୍ରାଳୟ , ଖୋଲା ଝାଡାବସିବାର ଆଢୁଆଳ ଗୁହୁରିପଡିଆ , ଅସାମାଜିକଙ୍କର ମଦ୍ୟପାନର ସୁବିଧାଜନକ ଜାଗା ଓ ସେଇଠି ମଦବୋତଲ ଭାଙ୍ଗି କାଚ ଗଦେଇବାର ଅବାଧ ଡଷ୍ଟବିନ୍ ଏବଂ ସ୍ଥଳବିଶେଷରେ ଉନ୍ମୁକ୍ତ ବେଶ୍ୟବୃତ୍ତିରେ ବ୍ୟବହୃତ ହୋଇ ଆସୁଛି ।

ତଥାପି ଏହି ପଡିଆଟି ଜିଲ୍ଲାର ବିଭିନ୍ନ ମହାସମାରୋହ , ରାଜନୈତିକ ସଭାସମିତି , ପ୍ରଶାସନିକ ଅନୁମତିରେ ବଜାରବିପଣୀ , ପୁସ୍ତକମେଳା ବା ବହିହାଟ , ମଠଖାଇ ମହୋତ୍ସବ , ଲୋକଉତ୍ସବ , ମେଳା ମହୋତ୍ସବ , ନାଟତାମସା , ଧାର୍ମିକପ୍ରବଚନ ଓ ଅନ୍ୟାନ୍ୟ ବହୁବିଧ ଆୟୋଜନଗୁଡିକ ହୋଇଆସୁଛି । ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ , ସାଂସଦ , ବିଧାୟକମାନେ , ବଡବଡ ଅମଲାଅଫିସର , କେବେ ପ୍ରଧାନମନ୍ତ୍ରୀ ତ କେବେ କେନ୍ଦ୍ର ଓ ରାଜ୍ୟର ବଡବଡ ଅତିଥି ଅଭ୍ୟାଗତମାନଙ୍କର ମଧ୍ୟ ଏଠାରେ ସମାବେଶ ଅନୁଷ୍ଠିତ ହୋଇଆସୁଛି । ବିଶିଷ୍ଟ କ୍ରୀଡାତାରକା କପିଳଦେବଙ୍କ ଠାରୁ ବିଖ୍ୟାତ ସିନେତାରକାଙ୍କ ପର୍ଯ୍ୟନ୍ତ ଏହିଠାରେ ସଭାର ଆୟୋଜନ କରାଯାଇଥିଲା । ତେବେ ଏହାର ସୁଉଚ୍ଚ ପ୍ରାଚୀର ବା ଅବରୁଦ୍ଧ ଅନୁପୂରବେଶ ରୋକିବାର ଗେଟ୍ , ଜଗୁଆଳୀ , ଅନୁମତି କଟକଣାଠାରୁ ପଡିଆରେ ଘାସଲଗାଯାଇ ବା ଷ୍ଟାଡିୟମ୍ କରାଯିବାର ବହୁ ଅଟକଳ , ଅର୍ଥବରାଦ ଓ ଯୋଜନା ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଶୁଣାଯାଇ ଆସୁଥିଲେ ହେଁ , ଅଦ୍ୟାବଧି କିଛି ହୋଇପାରିନାହିଁ । ବରଞ୍ଚ ଜଣେ ପୂର୍ବ ସଂସ୍କୃତି ଅଧିକାରୀ ଏବେ ମଧ୍ୟ ସେଠାକାର ଅଫିସ୍ ଓ ଭବନକୁ ଯାଇ ରାତିରେ ମଦ୍ୟପାନର ଆସର ଜମାଉଛନ୍ତି । 

ଚଳିତ ବଲାଙ୍ଗୀର ମ୍ୟୁନିସିପାଲିଟି ନିର୍ବାଚନରେ ପୌର ପରିଷଦର ଅଧ୍ୟକ୍ଷା ପାଇଁ ପ୍ରତିଦ୍ବନ୍ଦିତା କରୁଥିବା କୌଣସି ପ୍ରମୁଖଦଳର ପ୍ରାର୍ଥିନୀ ଏଥର ତାଙ୍କର ନିର୍ବାଚନୀ ଏଜେଣ୍ଡାରେ ସହର ତଥା ଜିଲ୍ଲାର ଏହି ଐତିହାସିକ ପଡିଆଟିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ କୌଣସି ପ୍ରତିଶ୍ରୁତି ଦେବେ କି  ?- ବୋଲି ସହରବାସୀ ଅପେକ୍ଷାରତ ଅଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026

You Might Also Like