-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Mar-2022
ଗୁଡ଼ଭେଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡା ଗ୍ରାମ ସ୍ଥିତ ନର୍ମଦେଶ୍ୱରାୟ ପୀଠରେ ସୋମବାର ବାଞ୍ଛାନିଧି ମେହେରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବର୍ଗତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ନକୁଳ କୁମାର ସାହୁ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପୀଠର ପୁନଃ ଉଦ୍ଧାର କରିବା ପାଇଁ ଏକ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ଏକ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଘନ୍ୟଶ୍ୟାମ ବାଗ, ସୁଦାମା ସେଠ, ବୃନ୍ଦାବନ ମେହେର, ସନ୍ତୋଷ ମେହେର, ଲମ୍ବଦର କୁଅଁର, ରାଜେଶ୍ୱରୀ ବଗତ୍ତି, ଜାମା ବଗତ୍ତି, କୀତ୍ତୀ ପ୍ରଧାନ, ନର୍ମଦା ବାରିକ ଆଦି ଉପସ୍ଥିତ ଥିବା ବେଳେ ସତ୍ୟଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।