-+91-9937148622 |
prerana_bgr@rediffmail.com |
Tuesday 8th September 2026 |
R.N.I. Regd No. ODIODI/2010/46693
Breaking News
07-Sep-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗ୍ରୁପ୍-ଜି ର ଷଷ୍ଠ ଦିବସ ରେ ଏଏ ଲୋଇସିଂହା ଓ ଏମଏମଏଏ ବାଦୀବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚ ରେ ଏମଏମଏଏ ବାଦୀବାହାଲ ଦଳ ଏ. ଏ ଲୋଇସିଂହା ଦଳକୁ 02/01 ରନ ରେ ହରାଇ ବିଜୟୀ ହୋଇଥିଲା l ଏହି ମ୍ୟାଚ ରେ ବିଜେପି ନେତା ତଥା ସମାଜସେବୀ ସୁରେଶ ମହାଳିଙ୍ଗ, ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ବିଜେପି ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ସଭାପତି ଏ.ଏ. ଲୋଇସିଂହା ଶ୍ରୀ ଦିଲୀପ ବେହେରା, ସମ୍ପାଦକ ଏ. ଏ. ଲୋଇସିଂହା ଶିବ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ମ୍ୟାଚ ରେ ରେଫରୀ ଦାୟିତ୍ୱ ରେ ଥିଲେ ସନ୍ଦୀପ କୁମାର ତରିଆ, ଗୋପାଳ ଚନ୍ଦ୍ର ପଧାନ, ଶ୍ରୀରାମ ସାହୁ, ଭୋଳାନାଥ ନାଏକ ପ୍ରମୁଖ l ମ୍ୟାଚ କମିଶନର ଦାୟିତ୍ୱ ରେ ପ୍ରଦୀପ କୁମାର ବଗର୍ତି l