-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Mar-2022
ସୁବର୍ଣ୍ଣପୁର:ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବାପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆ ଯାଇଅଛି । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବାପାଇଁ ତା ୦୮-୦୩-୨୦୨୨ରିଖ ଦିନ ସକାଳ ୦୬.୦୦ ରୁ ସନ୍ଧ୍ୟା ୦୮.୦୦ ଟା ପର୍ଯ୍ୟନ୍ତ ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ ବନ୍ଦ ରହିବ । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଦ୍ବିତୀୟ ସର୍କିଟ ଲାଇନର ନିର୍ମାଣ ଦ୍ବାରା ସୁବର୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅତିରିକ୍ତ ଶକ୍ତି ସଂଯୋଗ ଏବଂ ନବ ନିର୍ମିତ ବୀରମହାରାଜପୁର ଗ୍ରୀଡକୁ ବୈଦ୍ୟୁତିକ ସଂଯୋଗ କରାଯାଇପାରିବ । ଉକ୍ତ ଲାଇନର ନିର୍ମାଣ ଦ୍ବାରା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଲୋ ଭୋଲ୍ଟେଜ ଓ ପାୱାର କଟ ସମସ୍ୟାର ସମାଧାନ କରାଯାଇପାରିବ । ଏହା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ଓ ଗୁଣାତ୍ମକ ବୈଦ୍ୟୁତିକ ଶକ୍ତି ଯୋଗାଇ ଦିଆଯାଇପାରିବ । ଏଣୁ ଏକ ବୃହତ୍ତର ସାମୁହିକ ସ୍ବାର୍ଥ ନିମନ୍ତେ ବିଭଗ ତରଫରୁ ଜନ ସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।