-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Mar-2022
ପୁରୀ- ମହିଳା ଚିତ୍ରକଳା ଶିବିର ସ୍ଥାନୀୟ ସଂସ୍କୃତି ଭବନରେ ଉଦଯାପିତ ହୋଇଯାଇଛି । ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମହିଳା ଚିତ୍ରକଳା ଶିବିର ତିନି ଦିନ ଧରି ଚାଲିଥିଲା । ଆଜିରଚଉଦଯାପନୀ ଉତ୍ସବରେ ଓଡିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କ ଦ୍ବାରା ସୃଷ୍ଟ ପଟ୍ଟଚିତ୍ରର ଭୂୟସୀ ପ୍ରଶଂସା କରିଛନ୍ତି । ପୁରୀର ୧୦ ଜଣ ମହିଳା ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଛନ୍ତି ।ଉକ୍ତ ଶିବିରରେ ସେମାନଙ୍କ ଦ୍ବାରା ସୃଷ୍ଟ କଳାକୃତି ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ
ଭୁବନେଶ୍ବରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେବ । ପୁରୀ ସମେତ କୋରାପୁଟ, ରାଉଲକେଲା, ଦାରିଙ୍ଗବାଡି ଏବଂ ଭୁବନେଶ୍ବର ପ୍ରାୟ ୧୦୦ ଜଣ ମହିଳା ଚିତ୍ରଶିଳ୍ପୀ ମାନଙ୍କ ଚିତ୍ରକଳା ପ୍ରଦର୍ଶିତ ହେବ । ପୁରୀ ଶିବିରରେ ଯୋଗ ଦେଇଥିବା ଚିତ୍ରଶିଳ୍ପୀମାନେ ହେଲେ ନୟନା ବାରିକ, ପୁଷ୍ପାଞ୍ଜଳି ରାଓ, ସଂଯୁକ୍ତା ଦାସ, ପ୍ରିୟଦର୍ଶିନୀ ସାହୁ, ଅମ୍ରାପଲ୍ଲୀ ମହାପାତ୍ର, ସସ୍ମିତା ମହାରଣା, ଲକ୍ଷ୍ମୀପ୍ରିୟା ଦଳାଇ, ମିନାକ୍ଷୀ ଦାସ, ପ୍ରତିଭା ଦାସ, ସ୍ବେଡଲ ନାୟକ । ସେମାନଙ୍କୁ ମୁଖ୍ୟଅତିଥି ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଚିତ୍ରଶିଳ୍ପୀ ଶ୍ରୀ ଚନ୍ଦ୍ରଶେଖର ମହାରଣା,ଶ୍ରୀ ସତ୍ୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।