-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ନର୍ଲା (ସଞ୍ଜୀବ ଦାସ)- ନଭେମ୍ୱର ୧୬ 'ଜାତୀୟ ପ୍ରେସ୍ ଦିବସ' ଅବସରରେ ନର୍ଲା ପ୍ରେସ୍ କ୍ଲବ୍ ତରଫରୁ ନର୍ଲା ବି.ଆର୍.ସି ଅଫିସ୍ ପରିସରରେ 'ଜାତୀୟ ପ୍ରେସ୍ ଦିବସ୍' ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଥିବାଯୋଗୁଁ ନିରାଡମ୍ୱର ଭାବେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଯୁବନେତା ତଥା ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ 'ସମାଜ' ନର୍ଲା ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ଯୋଗଦାନ କରିଥିଲେ । ନର୍ଲା ପ୍ରେସ୍ କ୍ଲବ ସଭାପତି ଦିପକ ଠାକୁର, ସମ୍ପାଦକ ଅଜୟ ସେନାପତିଙ୍କ ସମେତ ବରିଷ୍ଠ ସାମ୍ୱାଦିକ ସମେତ ପ୍ରେସ୍ କ୍ଲବ୍ ର ସମସ୍ତ ସାମ୍ୱାଦିକ ଯୋଗଦାନ କରିଥିଲେ । ଏହି ଉପଲକ୍ଷେ ଅଞ୍ଚଳର ୫ ଜଣ ସାମ୍ୱାଦିକ ନର୍ଲା ପ୍ରେସ୍ କ୍ଲବ୍ ରେ ଆଜି ଯୋଗଦାନ କରି ପ୍ରେସ୍ କ୍ଲବ୍ କୁ ମଜଭୁତ୍ କରିଛନ୍ତି । ଏହି ଅବସରରେ ନର୍ଲା ଅଞ୍ଚଳର ଗରିବ ଲୋକ ମାନଙ୍କୁ ପ୍ରେସ୍ କ୍ଲବ୍ ସହଯୋଗରେ ସମାଜସେବୀ ମନୋଜ୍ ବାବୁ କମ୍ୱଳ ବଣ୍ଟନ କରିଥିଲେ ।