-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ

23-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ଭାରତ ବନ୍ଦ ସଫଳ ହୋଇଛି।
ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଓଡ଼ିଶା ଓବିସି-ଏସ୍‌ଟି-ଏସ୍‌ସି ସମନ୍ୱୟ ସମିତି ତରଫରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଆଜି ବଲାଙ୍ଗୀର ଜିଲ୍ଲାରେ ପୂର୍ଣ୍ଣ ସଫଳତା ଲାଭ କରିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ଡାକରାରେ ଜିଲ୍ଲାର ସାଧାରଣ ଜୀବନ ପ୍ରଭାବିତ ହୋଇଥିଲା। ରାଜ୍ୟ ଓବିସି, ଏସ.ଟି , ଏସ.ସି ସମନ୍ୱୟ
 

ସମିତି ସଭାପତି ସରୋଜ କୁମାର ମେଶ୍ୱା ବନ୍ଦ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କହିଛନ୍ତି ଯେ, ଚଳିତ ଜନଗଣନା ୨୦୨୭ରେ ୩୩ଟି ପ୍ରଶ୍ନ ମଧ୍ୟରୁ ୧୨ନମ୍ବର ପ୍ରଶ୍ନରେ ପରିବାର ମୁଖ୍ୟଙ୍କ ଜାତି ଉଲ୍ଲେଖ କରାଯାଇ ନାହିଁ। ଏଥିରେ ଏସ୍‌ଟି, ଏସ୍‌ସି ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ସ୍ଥାନ ରଖାଯାଇଛି, କିନ୍ତୁ ଓବିସି ଏବଂ ସାଧାରଣ ବର୍ଗଙ୍କ ପାଇଁ ଯଥାଯଥ ସ୍ଥାନ ଛାଡ଼ି ଦିଆଯାଇ ନାହିଁ। ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ୧୯୩୧ ପରେ ପ୍ରଥମ ଥର ପାଇଁ ୩୦ ଏପ୍ରିଲ ୨୦୨୫ରେ ଜାତି ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାହା ବର୍ତ୍ତମାନ ବାଟବଣା ହୋଇଯାଇଛି। ଓବିସି ସଂରକ୍ଷଣ ମଧ୍ୟ ବାଟବଣା ହୋଇଛି। ସାମାନୁପାତିକ ପ୍ରତିନିଧିତ୍ୱ ଅନୁଯାୟୀ ବିଧାନସଭା, ଲୋକସଭା ଏବଂ ତ୍ରିସ୍ତରୀୟ ନିର୍ବାଚନରେ ଓବିସିଙ୍କ ଭାଗିଦାରୀ ନିଶ୍ଚିତ କରାଯାଉ ନାହିଁ। ଶିକ୍ଷା ଓ ଚାକିରିରେ ମୂଳନିବାସୀ ୯୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୩୦.୧୯ ପ୍ରତିଶତ ସୁଯୋଗ ରହିଛି। ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟା ଗୁଡ଼ିକୁ ନେଇ ପୂର୍ବରୁ ତିନି ପର୍ଯ୍ୟାୟରେ ସରକାର ଙ୍କୁ ଜଣାଇଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନହେବାରୁ ୮ ଦଫା ଦାବି ପୂରଣ ପାଇଁ ଆଜି କଠୋର ନିଷ୍ପତ୍ତି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବୋଲି ସରୋଜ କୁମାର ମେଶ୍ୱା କହିଛନ୍ତି।
ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ବସ୍ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ବଣିକ ସଂଘ, ଉଠା ଦୋକାନୀ, ସାଧାରଣ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ସମସ୍ତ ସଂଗଠନ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଜରୁରୀ କାଳୀନ ସେବା, ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆଦିକୁ 
 

ଏହି ବନ୍ଦରୁ ବାଦ ଦିଆଯାଇଥିଲା। ରାଜ୍ୟ ଓବିସି ମଞ୍ଚ ତରଫରୁ ପ୍ରଦେଶୀ ବିଶ୍ୱାଳ, ଶଙ୍କର୍ଷଣ ପ୍ରଧାନ, ଆନନ୍ଦ ପଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ମଧୁସୂଦନ କ୍ଷେତି, ଶାନ୍ତନୁ ଭୋଇ, ମନୋରଞ୍ଜନ ସାହୁ, ନିକେଶ କୁମ୍ଭାର, ଦିନେଶ ନାଗ, ବିଜୟ ବାରିକ, କୁନା ବାଗ, ସିତାରାମ କୁମ୍ଭାର, ଅର୍ଜୁନ ମୁଗ୍ରି, ବସୁଦେବ ମୁଗ୍ରି, ବିରେନ୍ଦ୍ର ରାୟ, ନଟରାଜ ନାଗ, ସୁବାସିନୀ ସାହୁ, ବିପିନ କୁଶୁଲିଆ, ସତ୍ୟ ବନ୍ଛୋର , ପ୍ରେମାନନ୍ଦ କୁମ୍ଭାର,ସନାତନ ଦିପ, ସନ୍ତୋଷ ଛତ୍ରିଆ ଲଲିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିଲେ। ବିଭିନ୍ନ ସଂଗଠନ ଏକଜୁଟ୍ ହୋଇ ଏହି ବନ୍ଦକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆନ୍ଦୋଳନକାରୀ ମାନେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like