-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||     

HOME   ଜିଲ୍ଲା

*ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-

23-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସ୍ଥିତ ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ conclave ଆୟୋଜନ କରା ଯାଇଥିଲା। ଏହି ଆୟୋଜନ ରେ ଭିନ୍ନ ଭିନ୍ନ ବୌଦ୍ଧିକ ମଣ୍ଡଳରୁ ଅନେକ ଆଲୋଚକ,ବୁଦ୍ଧିଜୀବୀ, ଗବେଷକ,ପରିବେଶବିତ୍,ଲେଖକ,ଶିକ୍ଷାବିତ୍,ଲୋକ କଳାକାର ଓ ଅନେକ ବରିଷ୍ଠ ସାମ୍ବାଦିକ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ତିନୋଟି ଆଲୋଚନାଚକ୍ର ରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ,ପ୍ରସିଦ୍ଧ ଜାତୀୟ ସ୍ତରର ପରିବେଶ ସାମ୍ବାଦିକ ତଥା Down to Earth ra ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ରିଚାର୍ଡ ମହାପାତ୍ର,ଓଡ଼ିଶାର ଜଳପୁରୁଷ  ଶ୍ରୀଯୁକ୍ତ ରଞ୍ଜନ ପଣ୍ଡା,ପ୍ରତିଷ୍ଠିତ ସମ୍ବଲପୁର ଆଇଆଇଏମ ର ଅଧ୍ୟାପକ ଶ୍ରୀଯୁକ୍ତ ସୁଜିତ୍ ପୃଷେଠ ଆଲୋଚକ ଏବଂ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ବିରେନ୍ଦ୍ର ଝାଙ୍କର,ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ଲାବନ ମହାପାତ୍ର ଆଲୋଚନାଚକ୍ର ର ପରିଚାଳକ ଭାବେ ଯୋଗ ଦେଇ ଥିଲେ l ଏହି conclave re ମୁଖ୍ୟ ଅତିଥି  ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ,ଡ.ନୃପରାଜ୍ ସାହୁ ଯୋଗ ଦେଇ ଏହି ଜଳବାୟୁ ପରିବର୍ତ୍ତନ ଏକ ସାର୍ବଜନୀନ ସମସ୍ୟା ବୋଲି ମତ ରଖି ଏ ନିଷ୍ପତ୍ତି କେବଳ ସାଂସଦ ଗୃହ ଭିତରେ ନ ରହୁ ବୋଲି କହି ଥିଲେ l ଶିଳ୍ପ ଗଢ଼ି ଉଠିବା ପରେ ଜଳ ବାୟୁ ର ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି କହି କୋଭିଡ଼ ମହାମାରୀ ସମୟରେ ୭୦ ଭାଗ ଶକ୍ତି ସଂରକ୍ଷଣ ଓ ବହୁ ମାତ୍ରା ରେ ଜଳ ସଂରକ୍ଷଣ ସହ ସାରା ଦେଶରେ ପୃଥିବୀ ରେ ଆପେ ଆପେ ସଚେତନତା ଓ ସ୍ଵଚ୍ଛତା ଆଡ଼କୁ ଲୋକେ ମୁହାଁଇ ବାକୁ ବାଧ୍ୟ ହୋଇ ଥିଲେ ବୋଲି ଉଦାହରଣ ଦେଇଥିଲେ ଓ ଜଳ ଶକ୍ତି ସଂରକ୍ଷଣ ଦିଗରେ ପରିବେଶ ସୁରକ୍ଷା ଦିଗରେ ଓ ସ୍ୱଚ୍ଛତା ଦିଗରେ ସେଭଳି ଆମେ ଯଦି ଗୁରୁତର ସହ ଚିନ୍ତା ନ କରିବା ତାହାଲେ ଆଗାମୀ ଶହେ ବର୍ଷ ପରେ ଏ ପୃଥିବୀ ଥିବ ଆମେ ଥିବା କିନ୍ତୁ ଆମ ଏ ମଣିଷ ସବୁ ବିକଳାଙ୍ଗ ହୋଇ ସାରି ଥିବା  ବୋଲି ଡ଼ ସାହୁ କହିଥିଲେ ।ଅନୁଷ୍ଠାନ ର ସହ- ପ୍ରତିଷ୍ଠାତା ଶ୍ରୀମତୀ ଆଭା ପୁଝାରୀ ମଧ୍ୟ ସଭାରେ ଯୋଗ ଦେଲେ। ଶ୍ରୀଯୁକ୍ତ ରିଚାର୍ଡ ମହାପାତ୍ର ତାଙ୍କର ଭାଷଣ ରେ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ଵ ସ୍ତରୀୟ ଦୃଷ୍ଟିକୋଣ ଏବଂ ମହାନଦୀ ର ପ୍ରଦୂଷଣ ତଥା ସୁରକ୍ଷା ଉପରେ ଆଲୋକପାତ କଲେ।ଦ୍ଵିତୀୟ ଆଲୋଚନା ଚକ୍ର "ଜଳବାୟୁ ପରିବର୍ତ୍ତନ ଏବଂ ମାନବର ଭବିଷ୍ୟତ" ରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର୍ ଅତିଥି ଆଲୋଚକ ତଥା ପରିବେଶବିତ୍ ଶ୍ରୀ ରଞ୍ଜନ ପଣ୍ଡା ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କଲେ, ପ୍ରତି ଉତ୍ତର ରେ ଶ୍ରୀ ପଣ୍ଡା ଜଳବାୟୁ ପରିବର୍ତ୍ତନ ରେ ସଂସ୍କାର ପାଇଁ ଅନ୍ଧ ଭାବରେ ବୃକ୍ଷରୋପଣ ନ କରି ଜୈବ ବିବିଧତା କୁ ବଜାୟ ରଖିବାକୁ ତର୍କ କରି ଥିଲେ ।ଏଥି ସହିତ ସେ ପ୍ରକୃତି ରୁ ସଂସ୍କୃତି ର ଲୋକମାନସରେ ବିଚ୍ଛିନ୍ନତା ଏବଂ ମାନସିକ ସ୍ତରରେ ଯୁବ ସମାଜର ପ୍ରକୃତି ଠାରୁ ଦୂରତା କୁ ପରିବେଶ ପ୍ରଦୂଷଣ ର ମୁଖ୍ୟ କାରଣ ବୋଲି ପ୍ରକାଶ କଲେ।ତୃତୀୟ ଆଲୋଚନା ଚକ୍ର "ଯୁବାବର୍ଗ,ଶିକ୍ଷା ଏବଂ ଜଳବାୟୁ ଉତ୍ତରଦାୟିତ୍ୱ"ରେ ମହାନଦୀ ଧାରା ପ୍ରତିଷ୍ଠାତା,ଅତିଥି ଆଲୋଚକ ଡ. ସୁଜିତ୍ ପୁସେଥ ଙ୍କୁ ପରିବେଶ ସୁରକ୍ଷା ରେ ଯୁବବର୍ଗ ର ଦାୟିତ୍ଵ ସମ୍ପର୍କରେ ଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାିଥିଲେ। ଡ. ପୃଷେଠ ଏହାରି ଉପରେ ଯୁବ ସମାଜର ସୃଜନଶୀଳତା ଏବଂ ଉଦ୍ଭାବନ କୁ ଜୋର ଦେଇଥିଲେ।ଏଥି ସହିତ ସେ   ଆର୍ଥନିତିକ ଅସମାନତା,ଲିଙ୍ଗଗତ ବୈଷମ୍ୟତା ଆଦିକୁ ଜଳବାୟୁ ଉତ୍ତରଦାୟିତ୍ୱ ରେ ପ୍ରତିବନ୍ଧକ ବୋଲି ଦର୍ଶାଇ ଥିଲେ।  ମଣିଷ ର ଅଜ୍ଞାନତା ଓ ରାଜନୈତିକ ଆନ୍ଦୋଳନ ର ଅଭାବ ଯୋଗୁଁ ଜଳ ବାୟୁ ପରିବର୍ତ୍ତନ ହେବାରେ ଲାଗିଛି ବୋଲି କହିଥିଲେ l ଶେଷ ରେ ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ ଏବଂ ଅନ୍ୟ ଦର୍ଶକ ଅତିଥି ବକ୍ତା ମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଶିକ୍ଷୟତ୍ରୀ ପ୍ରିୟଙ୍କାରାଣୀ ନେଗୀ ସଭା ପରିଚାଳନା କରିଥିଲେ।ସର୍ବ ଶେଷ ରେ ଜଣାଶୁଣା ଲୋକ କଳାକାର ଦିଲ୍ଲୀପ ଦୀପ ଏବଂ ତାଙ୍କର ସାଥୀ କଳାକାର ଘୁଡକା ବାଦ୍ୟ ର ତାଳେ ତାଳେ ପରିବେଶ ସୁରକ୍ଷା ଉପରେ ସ୍ବରଚିତ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   28-Jul-2026
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026

You Might Also Like