-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
25-Feb-2022
ପଦ୍ମପୁର:-ମଣିଷ ପରି ମଣିଷ ଟିଏ ତିଆରି କରିବାରେ ପ୍ରାରମ୍ଭ ପାହାଚରେ ଶିଶୁ ଙ୍କୁ ଖେଳକୁଦ ସହ ଅନେକ ରଙ୍ଗବେରଙ୍ଗ ର ଖେଳନା ଉପଯୋଗ କରି ଅ ଠାରୁ କ୍ଷ ପର୍ଯ୍ୟନ୍ତ ଶିଖାଇବା ସହ ରାଜ୍ୟ ସରକାର ଙ୍କ ଗ୍ରାମାଭିମୁଖି ବିଭିନ୍ନ ଯୋଜନା ରେ ଛନ୍ଦି ହୋଇ ଅନବରତ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି ମାନଙ୍କୁ ତାଚ୍ଛଲ୍ୟ କରିଚାଲିଛନ୍ତି ନେତା ଠାରୁ ଆରମ୍ଭ କରି କେତେକ ଅସାମାଜିକ ବ୍ୟକ୍ତି ବିଶେଷ ।ଏଇ କିଛି ଦିନ ପୂର୍ବେ କେହି ଜଣେ ଖଳ ପ୍ରକୃତିର ଅସାମାଜିକ ବ୍ୟକ୍ତି ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଖରାପ ଗୀତ ପରିଦର୍ଶନ କରି ଭିଡିଓ ଭାଇରାଲ କରିଛନ୍ତି । ସେହି ଗୀତରେ ସେମାନେ ସମସ୍ତ ଅଙ୍ଗନୱାଡି କର୍ମୀ ଙ୍କୁ ଲାଲ ଶାଢି , ହଳଦିଆ ଧଡି ଠାରୁ ଭାତ ରାନ୍ଧିବା ଠାରୁ ପୋକ ସାଲୁ ବାଲୁ ଛତୁଆ ଠାରୁ ଚିନି ଅଲଗା କରିକାଢିବା କାର୍ଯ୍ୟ କରନ୍ତି ବୋଲି କହିଛନ୍ତି ଏବଂ ଖରାପ ଭାଷାରେ ସମାଲୋଚନା କରିଛନ୍ତି । ଏହି ଭିଡିଓ ଦେଖି ରାଜ୍ୟ ର ସମସ୍ତ ଅଙ୍ଗନୱାଡି କର୍ମୀ ସମୁହ ତୀବ୍ର ନିନ୍ଦା କରିଛନ୍ତି ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ରାଜ୍ୟର ସମସ୍ତ ପୋଲିସ ଥାନାରେ ଏହି ଦୁଷ୍ଟ ବ୍ୟକ୍ତି ବିଶେଷ ନାମରେ ଏତଲା ଦେଇଛନ୍ତି । ପଦ୍ମପୁର ଅଙ୍ଗନବାଡ଼ି କର୍ମୀ ସଂଘ ର ସଭାନେତ୍ରୀ ମନୋରମା ନନ୍ଦ ଏବଂ ସମ୍ପାଦିକା ବାସନ୍ତୀ ସାହୁ ଙ୍କ ନେତୃତ୍ବରେ ଅଙ୍ଗନବାଡ଼ି ଦିଦିମାନେ ଏକତ୍ରିତ ହୋଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ଜଣାଇଛନ୍ତି