-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ର ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ୱଚ୍ଛତା ଅଭିଯାନ ତଥା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାସ୍ବାସ୍ଥ୍ୟ ମିଶନ ଓ ସ୍ଵଚ୍ଛ ଭାରତ ସଙ୍ଗଠନର ମିଳିତ ସହଯୋଗରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ଡି ପି ଏମ ବିଶ୍ୱନାଥ ବେହେରା ଶୁଭାରମ୍ଭ କରିଥିବା ବେଳେ ଡ଼ାକ୍ତର ପି କେ ଦଣ୍ଡସେନା, ହସ୍ପିଟାଲ ମେନେଜର ଦେବସ୍ମିତା ପ୍ରିୟଦର୍ଶିନୀ , ଜିଲ୍ଲା ହିସାବ ରକ୍ଷକ ସରୋଜ ପଣ୍ଡା , ଗ୍ରାମ କଲ୍ୟାଣ ସମିତି ପରିଚାଳକ ହିତେଶ ତ୍ରିପାଠୀ , ଡି ଡି ଏମ ପ୍ରଦୀପ ସାହୁ , ଡି ଇ ଓ ନାରାୟଣ ରଥ ପ୍ରମୁଖ ଯୋଗ ଦେଇ ମେଡିକାଲ ସଫେଇ କରିଥିଲେ । ସ୍ଵଚ୍ଛ ଭାରତ ସଂଗଠନର ଉପଦେଷ୍ଟା ସୟଦ୍ ଅଲିମୁଲ ଇସଲାମ, ଗରୀବ ଲୋଇ, ପ୍ରଦୀପ ପୁରୋହିତ, ସକ୍ରିୟ ସଭ୍ୟ ତରଣି ମେହେର , ରାମ ଚନ୍ଦ୍ର ଅଗ୍ରୱାଲା, , ମନୋଜ ପଣ୍ଡା , ଦିଲୀପ ଭୂକ୍ତା , ଇନ୍ଦୁମତି
ପୁରୋହିତ, ଗୋକୁଳ ଠାକୁର , ତ୍ରିଲୋଚନ ତରିଆ, ନାରାୟଣ ରଥ , ସୁଶିଲ ପର୍ଡିଆ, କାନ୍ହୁ ସାହୁ ପ୍ରମୁଖ ଯୋଗ ଦେଇ ହସ୍ପିଟାଲ୍ ପରିସର ରେ ସଫେଇ କରିଥିଲେ । ଏହି ଉପଲକ୍ଷେ ଏକ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ କୁ ସ୍ଵଚ୍ଛ ଭାରତ ର କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ ଓ ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଂଯୋଜନା କରିଥିଲେ ।