-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
20-Feb-2022
ବରଗଡ:- ନଦୀପଡ଼ା ର ଜଣେ ଯୁବକଙ୍କ ଗଲା କାଟି ହତ୍ୟା କରିଥିବା ଅଭିଯୋଗରେ ପଡ଼ାବାସୀ ଥାନାରେ ଏତଲା ଦେବା ସହିତ ଆକ୍ରମଣ କାରୀଙ୍କୁ ଗିରଫ ଦାବିରେ ଟାଉନ ଥାନାକୁ ଘେରାଉ କରିଥିଲେ । ସୂଚନା ଅନୁଯାୟୀ ୧ ନମ୍ବର ୱାର୍ଡ଼ ନଦୀପଡ଼ାର ୫୫ ବର୍ଷର ଯୁବକ କହ୍ନେଇ ସାହୁଙ୍କୁ ଅନିଲ ଗଡତିଆ ନାମକ ଜଣେ ଯୁବକ ପ୍ରଥମେ ଝଗଡ଼ା କରିଥିଲା ଓ ପରେ ଏକ ଛୁରୀରେ ତଣ୍ଟି କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପକାଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ କହ୍ନେଇ ଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବରଗଡ଼ ଟାଉନ ଥାନାରେ ଏନେଇ କେଶ ନମ୍ବର ୯୦ / ୨୨ ରେ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।