-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
ବଲାଙ୍ଗିର: ଶିଶୁ ଯତ୍ନ ଅନୁଷ୍ଠାନ, ପଥରଚେପା ଠାରେ ଗତ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ବାର୍ଷିକ କ୍ରୀଡା, ଶିଶୁ ଦିବସ ଓ ଦୀପାବଳି ପାଲିତ ହୋଇଥିଲା । ପ୍ରଥମ ଦିନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ଓ ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପଳ ଅନନ୍ତ କୁମାର ଲାଗୁରୀ ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ଖେଳକୁଦ ପରିଚାଳନା କରାଯାଇଥିଲା । ଉକ୍ତ ଦୁଇ ଦିନର କ୍ରୀଡା ମହୋତ୍ସବକୁ ଆସି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ୟ ଗୋଦାବରୀଶ ରଥ, ନନ୍ଦିକିଶୋର ହାଣ୍ଡ, ବିରଞ୍ଚି ବହିଦାର ଓ ସୁନୀତା ତ୍ରିପାଠୀ ସହଯୋଗ କରିଥିଲେ । ଅତିଥି ମାନଙ୍କ ବିଭିନ୍ନ ମାର୍ଗଦର୍ଶିକା ଅନୁଷ୍ଠାନର ଅନ୍ତେବାସୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପାଦେୟ ହୋଇଥିଲା । ଅନୁଷ୍ଠାନର ସଭ୍ୟା ମମତା ସ୍ୱାଇଁ, ଅବସରପ୍ରାପ୍ତ ଡିଆଇଇଟି ଅଧ୍ୟକ୍ଷ, ସଂସ୍କୃତି ପଟ୍ଟନାୟକ, ସଂପାଦିକା ଓ ସୁଧାଂଶୁ କୁମ୍ଭାର, ଚୁଡାମଣି ପଣ୍ଡା, ଅରୁଣ ଖୁଆସଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଶିଶୁ ଯତ୍ନ ଅନୁଷ୍ଠାନର ସୁପରିଟେଣ୍ଡେଣ୍ଟ ଆଶିଷ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।