-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
*ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ତା ସ˚ପ୍ରଦାୟର ଲୋକଙ୍କୁ ଶୋଷଣ-ଅତ୍ୟାଚାରରୁ ରକ୍ଷାକରିବା ପାଇଁ ଇ˚ରେଜ ସରକାର ବିରୋଧରେ ଲଢ଼ିଥିଲେ ବିରସା ମୁଣ୍ତା। ଏକ ଅବହେଳିତ ସ˚ପ୍ରଦାୟର ନେତୃତ୍ବ ନେଇ ସେ ପାଲଟିଯାଇଥିଲେ ଭଗବାନ୍। ମହାତ୍ମା ଗାନ୍ଧୀଙ୍କ ଭାରତ ଆଗମନର ବହୁ ପୂର୍ବରୁ ଅହି˚ସା ମାଧ୍ୟମରେ ଅନ୍ୟାୟ-ଅତ୍ୟାଚାର ବିରୋଧରେ ଲଢ଼ି, ଅପୂର୍ବ ସାହସର ପରିଚୟ ଦେଇଥିଲେ ବିରସା। ବ୍ରିଟିସ୍ ସରକାର, ଜମିଦାର, କିରସ୍ତାନ ଧର୍ମଯାଜକ, ଠିକାଦାର, ସାହୁକାର- ଏ ସମସ୍ତଙ୍କ କବଳରୁ ସରଳ-ନିରୀହ ମୁଣ୍ତାମାନଙ୍କୁ ରକ୍ଷା କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ଏଥି ସହ ସେ ଥିଲେ ମହାନ୍ ଧର୍ମପ୍ରଚାରକ। ସେ ଅନ୍ଧ-ବିଶ୍ବାସ ଓ କୁ-ସ˚ସ୍କାରକୁ ଆଦୌ ପ୍ରଶ୍ରୟ ଦେଉ ନ ଥିଲେ। ଉଭୟ ହିନ୍ଦୁ ଓ କିରସ୍ତାନ ଧର୍ମର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ତେବେ, ସେ ନିଜର ଧର୍ମ ସୃଷ୍ଟି କରିଥିଲେ, ଯାହା ଥିଲା ସରଳ ଏବ˚ ସମସ୍ତଙ୍କ ପାଇଁ ଗ୍ରହଣୀୟ। ଊନବି˚ଶ ଶତାବ୍ଦୀର ଶେଷ ଆଡ଼କୁ ସେ ଚଳନ୍ତି ଭଗବାନ୍ରେ ପରିଣତ ହୋଇଥିଲେ। ମୁଣ୍ତା ସ˚ପ୍ରଦାୟର ଲୋକେ ତାଙ୍କୁ ଡାକୁଥିଲେ ‘ଧରତ ଆବା’। ରୋଗ ଭଲକରିବାର ଅଲୌକିକ ଶକ୍ତି ତାଙ୍କଠାରେ ଥିଲା। ସେ ଏପରିକି ବସନ୍ତ ଭୋଗୁଥିବା ରୋଗୀକୁ ମଧ୍ୟ ଭଲକରିପାରୁଥିଲେ। ରୋଗ, ଅନ୍ୟାୟ, ଅବିଚାର ଦୂର କରିବା ପାଇଁ ତାଙ୍କର ଜନ୍ମ ବୋଲି ବିରସା ବିଶ୍ବାସ କରୁଥିଲେ। ବହୁ ଦେବତାଙ୍କୁ ନ ପୂଜି କେବଳ ଜଣେ ଦେବତା ‘ସିଙ୍ଗବୋଙ୍ଗା’ଙ୍କୁ ପୂଜା କରିବାକୁ ସେ ଉପଦେଶ ଦେଉଥିଲେ।*
*ବିରସାଙ୍କ ଜନ୍ମ ସ୍ଥାନକୁ ନେଇ ମତଭେଦ ରହିଛି। ଏକ ମତ ଅନୁଯାୟୀ ୧୮୭୫ ନଭେମ୍ବର୍ ୧୫ରେ ସୁନ୍ଦରଗଡ଼ ଅନ୍ତର୍ଗତ ଉଲିହାଟୁରେ ସେ ଜନ୍ମ ହୋଇଥିଲେ। ସେ ଥିଲେ ସୁଗନା ଓ କରମୀ ମୁଣ୍ତାଙ୍କ ଚତୁର୍ଥ ସନ୍ତାନ। ଅଭାବ-ଅନଟନ ମଧ୍ୟରେ ତାଙ୍କ ବାଲ୍ୟ ଜୀବନ ଅତିବାହିତ ହୋଇଥିଲା। ୧୮୯୫ରେ ଦୁର୍ଭିକ୍ଷ ପଡ଼ିବ ବୋଲି ବିରସା ଭବିଷ୍ୟଦ୍ବାଣୀ କରିଥିଲେ। ତାଙ୍କ କଥା ସତ ହେବାରୁ, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କଠାରେ ବହୁ ଅଲୌକିକ ଗୁଣ ଦେଖିବାକୁ ମିଳିଥିଲା। ହଇଜା ଆକ୍ରାନ୍ତଙ୍କୁ ସେ ଛୁଇଁଦେଲେ, ସେମାନେ ଭଲହୋଇଯାଉଥିଲେ। ସେ ଶିକ୍ଷିତ ଥିଲେ। ବଳିପ୍ରଥା ବିରୋଧୀ ଥିଲେ। ଗୋ-ହତ୍ୟା ନ କରି ଗୋ-ପୂଜା କରିବାକୁ କହୁଥିଲେ। ସ୍ବଧର୍ମର ପ୍ରଚାର ପାଇଁ ନିୟମିତ ଧର୍ମ ସଭା ବସାଉଥିଲେ। ଖୋଳ-କରତାଳ ଆଦି ବାଦ୍ୟ ଯନ୍ତ୍ର ବାଦନ ସହ ପ୍ରାର୍ଥନା ବୋଲାଯାଉଥିଲା। ସେ ନିଜେ ବହୁ ଭକ୍ତି ସ˚ଗୀତ ରଚନା କରିଯାଇଛନ୍ତି। ବୈଷ୍ଣବମାନଙ୍କ ଭଳି ନୃତ୍ୟ କରୁଥିଲେ। ଆମିଷ ଭୋଜନ ଓ ସୁରା ପାନକୁ ବାରଣ କରୁଥିଲେ। ସରଳ ଓ ପବିତ୍ର ଜୀବନଯାପନ, ତାଙ୍କ ପ୍ରଚାରିତ ଧର୍ମର ମୂଳ ଭିତ୍ତି ଥିଲା। ଘର ଆଗରେ ତୁଳସୀ ଗଛ ଲଗାଇବା ଏବ˚ ବ୍ରାହ୍ମଣମାନଙ୍କ ଭଳି ପଇତା ପକାଇବା ପାଇଁ ଉପଦେଶ ଦେଉଥିଲେ।*
*ସେ ମୁଣ୍ତାମାନଙ୍କୁ ସେମାନଙ୍କ ଅଧିକାର ସ˚ପର୍କରେ ସଚେତନ କରାଇଥିଲେ। ପୁଣି, ମୁଣ୍ତା ରାଜ୍ୟ ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ। ତାଙ୍କ ନେତୃତ୍ବରେ ମୁଣ୍ତାମାନେ ଶକ୍ତିଶାଳୀ ହେବା ସହ ବ୍ରିଟିସ୍ ଶାସନ ବିରୋଧରେ ଯାଇଥିଲେ। କିରସ୍ତାନ ଧର୍ମଯାଜକମାନଙ୍କୁ ବିରୋଧ କରିଥିଲେ। ତାଙ୍କ ବାଣୀ ଅନେକଙ୍କୁ ଆକର୍ଷିତ କରିଥିଲା ଏବ˚ ଅନେକ ତାଙ୍କ ଅନୁଗାମୀ ହୋଇଥିଲେ। ସରକାରୀ ଅତ୍ୟାଚାର, ଶୋଷଣର ତୀବ୍ର ବିରୋଧ କରିବାକୁ ବିରସା କହିଥିଲେ। ନାନା ମିଥ୍ୟା ଅଭିଯୋଗରେ ତାଙ୍କୁ ବନ୍ଦୀ କରାଯାଇଥିଲା। ସେ କାରାଗାରରୁ ମୁକ୍ତ ହେବା ପରେ ‘ଉଲଗୁଲାନ’ ବା ‘ବିଦ୍ରୋହ’ ତୀବ୍ର ରୂପ ନେଇଥିଲା। ରକ୍ତମୁଖା ମୁଣ୍ତାଙ୍କ ହାତରେ ଏକାଧିକ ସରକାରୀ କର୍ମଚାରୀ ନିହତ ହୋଇଥିଲେ। ମୁଣ୍ତା ଓ କିରସ୍ତାନଙ୍କ ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ପାଇଁ ବିରସାଙ୍କୁ ଦାୟୀ କରାଯାଇଥିଲା। ସେ କୌଣସି ସମୟରେ କିରସ୍ତାନଙ୍କ ଉପରେ ଆକ୍ରମଣକୁ ଉତ୍ସାହିତ କରି ନ ଥିଲେ ହେଁ ପ୍ରଶାସନ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ, ସେ ବାଧ୍ୟ ହୋଇ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ବ୍ରିଟିସ୍ କର୍ମଚାରୀମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ଧରିବା ପାଇଁ ପାଞ୍ଚ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ପୁରସ୍କାର ଲୋଭରେ ତାଙ୍କୁ ଧରାପକାଇଥିଲେ ବନଗଁାର ଜମିଦାର ଜଗମୋହନ ସି˚ହ। ଜଣେ ବିଶ୍ବାସଘାତକ ମାଝି ତାମରିଆ ସାହାଯ୍ୟରେ ବିରସାଙ୍କୁ ଗିରଫ କରାଯାଇଥିଲା। ତେବେ, ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ମିଳି ନ ଥିଲା। ରାଁଚୀ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ବେଳେ ଅତ୍ୟନ୍ତ ରହସ୍ୟମୟ ଭାବେ ୧୯୦୦ ଜୁନ୍ ୯ରେ ତାଙ୍କର ପରଲୋକ ହୋଇଥିଲା। ହଇଜାରେ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କହାଯାଇଥିଲେ ହେଁ ଏହାକୁ ନେଇ ସ˚ଶୟ ରହିଛି। ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା କେହି କେହି ଗ୍ରହଣ କରନ୍ତି।*