-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
16-Feb-2022
ନୂଆପଡ଼ା:-ନୂଆପଡା ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏତିକିବେଳେ ଏକ ରୋଚକ ତଥ୍ୟ ଆମ ସାମ୍ନାକୁ ଆସିଛି । ଘଟଣା ହେଉଛି ଏହି ଜିଲ୍ଲାର ତିନୋଟି ଗ୍ରାମରେ ନା ଅଛି ସ୍କୁଲ ଗୃହ ନା ଅଛି ସରକାରୀ ଅନୁଷ୍ଠାନ । ଯେଉଁଥି ପାଇଁ କି ଏଠାରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଜିଲ୍ଲାପ୍ରଶାସନ ଏଭଳି ଯାଗାରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରି ଭୋଟ କେନ୍ଦ୍ର ତିଆରି କରିଛି । ସେଇ ଯାଗାଗୁଡିକ ହେଲା କେନ୍ଦୁବାହାରା ଗ୍ରାମ ପଞ୍ଚାୟତର ଜାମୁସାଲେଭଟା, ଭୋଟର ସଂଖ୍ୟା-୧୩୭, ବଏରଭାଡି ଗ୍ରାମପଞ୍ଚାୟତର ଦଣ୍ଡୁଆପଡା ଭୋଟର ସଂଖ୍ୟା-୧୧୭, ଗ୍ରାମପଞ୍ଚାୟତ ଧରମବନ୍ଧା ଗ୍ରାମ ବୋଥା ଭୋଟର ସଂଖ୍ୟା-୩୭ । ଏଇତ ଜିଲ୍ଲା ପ୍ରଶାସନର କମାଲ