-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ରାଜନୀତି

ଦେଓଗାଁ ବ୍ଲକ ରାଜନୀତି,ଲକ୍ଷ୍ମଣଙ୍କୁ ଅଟକାଇବାରେ ନରସିଂହ ଗୋଷ୍ଠୀ ସଫଳ ହେବେ ତ?

15-Feb-2022



ରବଲାଙ୍ଗୀର (ପ୍ରେରଣା ଖବର)- ଲକ୍ଷ୍ମଣ କୁମାର ମେହେର ବଲାଙ୍ଗୀର ଜିଲ୍ଲାରେ ଏକ ଚର୍ଚ୍ଚିତ ନାମ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ଅଧିନସ୍ଥ ବଡଡୁଙ୍ଗୁରିପାଲି ଗାଁରେ ଜନ୍ମିତ ଲକ୍ଷ୍ମଣ ଉଚ୍ଚଶିକ୍ଷାପରେ ରାଜନୀତିକୁ ଆସିଥିଲେ । ରାଜନୀତିକୁ ଏକ କ୍ୟାରିୟର ଭାବରେ ନେଇ ଲୋକଙ୍କ ସେବା କାର୍ଯ୍ୟ ସହିତ ବଲାଙ୍ଗୀର ଜିଲ୍ଲାର ଅନେକଗୁଡିଏ ଉନ୍ନତିମୂଳକ କାମରେ ତାଙ୍କର ଅବଦାନ ରହିଛି । କମବୟସରୁ କଂଗ୍ରେସଦଳରେ ଯୋଗଦେଇ ୧୮୮୪ ମସିହାରେ ପ୍ରଥମକରି ଦେଓଗାଁ ବ୍ଲକର ଅଧ୍ୟକ୍ଷ ରହିଥିଲେ । ସେହିଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇ ୧୯୯୮୪ ଓ ୨୦୦୨ରେ ଦୁଇଥର ଦେଓଗାଁ ବ୍ଲକର ଅଧ୍ୟକ୍ଷ,୧୯୯୭ ଓ ୨୦୦୭ରେ ଦୁଇଥର ଜିଲ୍ଲାପରିଷଦ ସଦସ୍ୟ,ବଲାଙ୍ଗୀର କେନ୍ଦ୍ରସମବାୟ ବ୍ୟାଙ୍କରେ ୧୯୯୬ରେ ସରକାରଙ୍କ ମନୋନୀତ ସଭାପତି ଓ ୧୯୯୭ ଏବଂ ୨୦୧୫ରେ ନିର୍ବାଚିତ ସଭାପତି ଏପରି ତିନିଥର ବ୍ୟାଙ୍କର ସଭାପତି ରହିଥିଲେ । ରାଜ୍ୟ ସମବାୟ ବ୍ୟାଙ୍କ ଓ ବୟନୀକାର ମଧ୍ୟ ସେ ଜଣେ ନିର୍ବାଚିତ ସଦସ୍ୟ ରହିଥିଲେ । ପଞ୍ଚାୟତିରାଜ ଓ ସମବାୟ ବିଭାଗ ଉପରେ ତାଙ୍କର ବେଶ ଦଖଲ ରହିଛି । ତେବେ କଂଗ୍ରେସଦଳରେ ତାଙ୍କର ୩୫ବର୍ଷର କ୍ୟାରିୟରରେ ୨୦୦୯ରେ ଥରେ ବଲାଙ୍ଗୀର ସଦର ବିଧାୟକପ୍ରାର୍ଥି ହୋଇ ବିଜେଡିର ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓଙ୍କଠାରୁ ହାରିଯାଇଥିଲେ । ପରେ ୨୦୧୭ରେ ତାଙ୍କ ପତ୍ନୀ ରୀନା ମେହେରଙ୍କୁ ଦେଓଗାଁ ବ୍ଲକର ଅଧ୍ୟକ୍ଷ ପଦରେ ବସାଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ବେଳେ କଂଗ୍ରେସଦଳର ନରସିଂହ ମିଶ୍ରଙ୍କ ସହିତ ମନାନ୍ତର ପରେ ସେ କଂଗ୍ରେସଦଳ ତ୍ୟାଗ କରି ବିଜେଡିଦଳରେ ଯୋଗଦେଇଥିଲେ । ସେହିଦିନରୁ ନରସିଂହ ଗୋଷ୍ଠିର ସେ ଆକ୍ରୋସର ଶୀକାର ହେଉଛନ୍ତି । ନରସିଂହ ଗୋଷ୍ଠୀ ଦେଓଗାଁ ବ୍ଲକରେ ଅସ୍ଥିରତା ସୃଷ୍ଟି କରିବା ସହିତ ଲକ୍ଷ୍ମଣଙ୍କୁ ଚେକଦେବାକୁ ଅନେକ ପ୍ରୟାସ ହୋଇଛି । ଏବେ ପଞ୍ଚାୟତ ନିର୍ବାଚନରେ ଲକ୍ଷ୍ମଣ ପୁଣିଥରେ ପ୍ରତିଦ୍ୱନ୍ଦିତା କରି ବ୍ଲକଅଧ୍ୟକ୍ଷ ପଦ ପାଇଁ ପ୍ରୟାସ ଚଳାଇଛନ୍ତି । ସେ ନିଜେ ସାଲେପାଲି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥି ହେବା ସହିତ ୨୪ଜଣ ସମର୍ଥକଙ୍କୁ ଛିଡା କରାଇଛନ୍ତି । ମୁଖ୍ୟତଃ ଦେଓଗାଁ ବ୍ଲକରେ ବିଜେଡିର ମଙ୍ଗ ସମ୍ଭାଳିଛନ୍ତି । ସେପଟେ ତାଙ୍କୁ ଅଟକାଇବାକୁ କଂଗ୍ରେସର ନରସିଂହ ଗୋଷ୍ଠୀ ପକ୍ଷରୁ ପୂର୍ଣ୍ଣମାତ୍ରରେ ପ୍ରୟାସ ଚାଲିଛି । ସାଲେପାଲି ପଞ୍ଚାୟତରେ କିଭଳି ଲକ୍ଷ୍ମଣଙ୍କୁ ପରାଜିତ କରାଇ ଦେଓଗାଁ ବ୍ଲକ ରାଜନୀତିକୁ କବଜା କରାଯିବ ସେନେଇ ନରସିଂହ ଉଦ୍ୟମ ଚଳାଇଛନ୍ତି । ନିଜେ ନରସିଂହ ମିଶ୍ର,ତାଙ୍କ ପୁଅ ସମରେନ୍ଦ୍ର ସମର୍ଥକଙ୍କ ସହିତ ଦେଓଗାଁ ବ୍ଲକରେ ଡେରା ପକାଇଥିବା ଦେଖାଯାଉଛି । ରାଜପରିବାରର ମୁଖ୍ୟପ୍ରତିଦ୍ୱନ୍ଦି ଭାବରେ ଜଣାଶୁଣା ନରସିଂହ ଏବେ ରାଜପରିବାର ଅପେକ୍ଷା ଲକ୍ଷ୍ମଣଙ୍କୁ ବେଶି ପରିମାଣରେ ଟାର୍ଗେଟ କରୁଛନ୍ତି । ଲକ୍ଷ୍ମଣ ସମବାୟ ବ୍ୟାଙ୍କର ସଭାପତି ଥିବା ବେଳେ ଏକାସାଙ୍ଗରେ ଥାଇ ମଧ୍ୟ ନରସିଂହ ଲକ୍ଷ୍ମଣଙ୍କୁ ଗାଦିରୁ ତଡିବାକୁ ଯୋଜନା କରିଥିଲେ ବୋଲି ଅଭିଯୋଗ ଉଠିଥିଲା । ପରେ ସେହି କାରଣରୁ ଲକ୍ଷ୍ଣଣ କଂଗ୍ରେସଛାଡି ବିଜେଡିରେ ମିଶିଲା ପରେ ନରସିଂହଙ୍କ ଲକ୍ଷ୍ମଣ ବିରୋଧି ଅଭିଯାନ ଆହୁରି ତୀବ୍ର ହୋଇଥିଲା । ଏବେ ଲକ୍ଷ୍ମଣ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥି ହେବାପରେ ଏହି ଅଭିଯାନ ଯୋର ଧରିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏବେ ଗୋଟିଏ ଚର୍ଚ୍ଚା  ଲକ୍ଷ୍ମଣଙ୍କୁ ବ୍ଲକ ଅଧ୍ୟକ୍ଷ ହେବାରେ ନରସିଂହ ଗୋଷ୍ଠୀ ଅଟକାଇ ପାରିବେ ତ?କାରଣ ଲକ୍ଷ୍ମଣ ଜଣେ  ପଞ୍ଚାୟତ ନିର୍ବାଚନର ପୁରୁଖା ଖିଲାଡି । ଦେଓଗାଁ ବ୍ଲକରେ ତାଙ୍କର ଲୋକସଂପର୍କ ଓ ଦୀର୍ଘଦିନର ଅଭିଜ୍ଞତା ରହିଛି । ଦେଓଗାଁ ବ୍ଲକରେ ଗମନାଗମନ ହେଉ କି ଉଠାଜଳସେଚନ,ପାନୀୟଜଳ ପ୍ରକଲ୍ପ ହେଉ ଅନେକଗୁଡିଏ ଉନ୍ନତିକରଣରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଜରାସିଂହାର ପାଟଖଣ୍ଡା ମହୋତ୍ସବ,ଭୀମଡୁଙ୍ଗୁରୀର ଉନ୍ନତିକରଣ ସହ ଭୀମପାହାଡ ମହୋତ୍ସବରେ ତାଙ୍କର ଅବଦାନ ବହୁତ ରହିଛି । ଜଣେ ପୁରୁଖାନେତା ହିସାବରେ ବିଜେଡିରେ ତାଙ୍କର କାଟତି ମଧ୍ୟ ରହିଛି । ସେପଟେ ନବୀନ ପଟ୍ଟନାୟକ ସରକାର ଅମଳରେ ଥିବା ଅନେକଗୁଡିଏ ଜନହିତକର ଯୋଜନାର କାର୍ଯ୍ୟକାରିତାରେ ଦେଓଗାଁ ବ୍ଲକ ଆଗରେ ରହିଛି । ଏହାର ଶ୍ରେୟ ମଧ୍ୟ ବିଜେଡି ସହିତ ଲକ୍ଷ୍ମଣଙ୍କର ରହିଛି । ତାଙ୍କ ଉପରେ ବିଜେଡିର ଅନଙ୍ଗଉଦୟ ସିଂଦେଓ,କଳିକେଶନାରାୟଣ ସିଂଦେଓ ଓ ଅର୍କେଶଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ସେହି ଦୃଷ୍ଟିରୁ ଲକ୍ଷ୍ମଣଙ୍କୁ ନେଇ ଦେଓଗାଁ ବ୍ଲକରେ ବିଜେଡିର ନେତା ଓ କର୍ମୀର୍ ଅନେକ ଆଶା ରଖିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like