-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
15-Feb-2022
ବରଗଡ଼(ମୁକୁନ୍ଦ୍ ଦାସ): ସ୍ଥାନୀୟ ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ରେ “ପାପା କେହ୍ତେ ହେଁ ” ଶୀର୍ଷକ ମେମୋରିଆଲ୍ ଲେକ୍ଚର୍ ଅନୁଷ୍ଠିତ ହୋଇଯାଇଛି । ୰ଗୁନ୍ନମ୍ ରାମଚନ୍ଦ୍ର ରାଓଙ୍କ ୨୬ତମ ପୂଣ୍ୟ ତିଥି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ, ଡାଇରେକ୍ଟର୍ ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରିଷ୍ଣା, ଡାଇରେକ୍ଟର୍ ଏଡ୍ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ ଙ୍କ ସମେତ ବରଗଡ଼ କ୍ୟାମ୍ପସ୍ ସ୍ଥିତ ସମସ୍ତ ବିକାଶର ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଉପାଧ୍ୟକ୍ଷ ୰ଗୁନ୍ନମ୍ ରାମଚନ୍ଦ୍ର ରାଓ ଏବଂ ୰ଦାଶରୀ ବୀର ରାଜୁ ଙ୍କ ଫଟୋଚିତ୍ରରେ ଭାବ ପୁଷ୍ପ ଅର୍ପଣ କରିଥିଲେ । ସ୍ୱାଗତ ଭାଷଣରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ର ଡାଇରେକ୍ଟର୍ ଡ.ସମରେନ୍ଦ୍ର ନାଥ ପଣ୍ଡା ଉକ୍ତ ମେମୋରିଆଲ୍ ଲେକ୍ଚର୍ ସିରିଜ୍ ର ଆଭିମୁଖ୍ୟ ଉପସ୍ଥାପନ କରିଥିବାବେଳେ ଏହି ଲେକ୍ଚର୍ ସିରିଜ୍ର ମୁଖ୍ୟ ବକ୍ତା ରୂପେ ଶ୍ରୀ ଡି.ଶ୍ୟାମ କୁମାର ପିତା ଙ୍କ ସହ ସନ୍ତାନସନ୍ତତି ମାନଙ୍କ ସମ୍ପର୍କ ତଥା ପିତାମାତାଙ୍କ ସନ୍ତାନଙ୍କ ଉପରେ ଥିବା ଦୃଢ଼ ବିଶ୍ୱାସ ଉପରେ ମର୍ମସ୍ପର୍ଶୀ ବକ୍ତୃତା ଉପସ୍ଥାପନ କରିବା ସହ ନିଜର ପିତାମାତାଙ୍କ ର ସ୍ନେହ ଓ ଭଲପାଇବା ର ଦୃଷ୍ଟାନ୍ତ ଦେଇ ଭାବବିହ୍ୱଳ ହୋଇପଡ଼ିଥିଲେ । ଏହି ଅବସରରେ ବିକାଶ ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ତାଙ୍କ ମାତା ରାଘୱା ଗୁନ୍ନମ୍, ଧର୍ମପତ୍ନୀ ଶ୍ରୀମତୀ ଜି.ସତ୍ୟବେଣୀ ଏବଂ ପରିବାରର ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । “ପାପା କେହ୍ତେ ହେଁ” ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ରେ ଆୟୋଜିତ କରାଯାଇଥିଲା, ଯେଉଁଥିରେ ବିକାଶ ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍, ଡିଗ୍ରୀ କଲେଜ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ପଲିଟେକ୍ନିକ୍, ନର୍ସିଂ କଲେଜ ର ୧୯ଜଣ ଛାତ୍ରଛାତ୍ରୀ ନିଜ ପିତାଙ୍କ ସହିତ ତାଙ୍କ ସମ୍ପର୍କ ଉପରେ ଖୁବ୍ ସୁନ୍ଦର ଭାବ ପ୍ରକାଶ କରିଥିଲେ । ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭ୍ରଜିତା ପ୍ରିୟଦର୍ଶିନୀ ଦୀପ (ପ୍ରଥମ), ସ୍ୱରାଜ ରଞ୍ଜନ କର (ଦ୍ୱିତୀୟ) ଏବଂ ରୀତିକା ମଣ୍ଡଲ (ତୃତୀୟ) ଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଦାୟିତ୍ୱବୋଧ ହିଁ ସମ୍ପର୍କର ମୂଳଦୁଆ ଏବଂ ବିକାଶ ର ପ୍ରଗତିର ଏହା ମୂଖ୍ୟ କାରଣ, ଏଣୁ ପ୍ରତିଟି ଛାତ୍ରଛାତ୍ରୀ ନିଜର ପିତାମାତାଙ୍କ ପ୍ରତି ନିଜର ଦାୟିତ୍ୱବୋଧକୁ ଅନୁଭବ କରିପାରିଲେ ତାଙ୍କର ଜୀବନ ସରସ-ସୁନ୍ଦର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଡି.ନାଗେଶ୍ୱର ରାଓ ବିକାଶ ପରିବାର ତରଫରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କର୍ତବ୍ୟନିଷ୍ଠ ହେବା ସହ ନିଜର ପିତାମାତାଙ୍କର ଆଶା ଓ ବିଶ୍ୱାସ କୁ ସମ୍ମାନ ଦେବା ପାଇଁ ଉପଦେଶ ଦେଇଥିଲେ । ଶ୍ରୀ ଜି.ଭାସ୍କର ରାଓ ତାଙ୍କ ସ୍ୱର୍ଗୀୟ ପିତାଙ୍କ ସହ ତାଙ୍କ ଅନୁବନ୍ଧ ବାବଦରେ ମର୍ମସ୍ପର୍ଶୀ ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତଥା ୭୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।