-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ଭୁବନେଶ୍ୱର(ସୁଭାସିସ ନାୟକ): ପଂଚାୟତ ନିର୍ବାଚନ ପାଇଁ ନୂଆ ସର୍କୁଲାର ଜାରି ହୋଇଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ବୈଠକ କରିଛନ୍ି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ । ଉଭୟ ପୌର ଓ ପଂଚାୟତ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଛି । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ କୌଣସି ନେତା କି ଅନ୍ୟ ଅଂଚଳର ଲୋକ ରହିପାରିବେ ନାହିଁ । ୧୪ ତାରିଖ ସଂଧ୍ୟା ସୁଦ୍ଧା ୭ଟା ସୁଦ୍ଧା ବାହାର ଲୋକ ଓ ନେତା ଗାଁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି, ନିର୍ବାଚନର ୩୬ ଘଂଟା ପୂର୍ବରୁ ଲାଉଡ ସ୍ପିକର ବନ୍ଦ ରହିବ ।
ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକର ୨ଶହ ଜିଲ୍ଲା ପରିଷଦ, ୧ ହଜାର ୬୬୯ ଜଣ ପଂଚାୟତ ଓ ୨୨ ହଜାର ୩୭୯ ୱାର୍ଡ ମେମ୍ବର ପାଇଁ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଂଚିବେ । ସିସିଟିବିରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ । କେତେକ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି, ସେହି ସବୁ ବୁଥରେ ଅଧିକ ପୁଲିସ ମୁତୟନ କରାଯିବ ।