-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
କଳାହାଣ୍ଡି-କୋକସରା-(ତ୍ରିନାଥ ଵେଶ୍ରା )ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି (ଭାରତ ସରକାରଙ୍କ ଯୁବ ବୈପାର ଓ କ୍ରୀଡା ମନ୍ତ୍ରାଳୟ ) ଆନୁକୂଲ୍ୟରେ ଆଜି ୪୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ଦଳେଇ, ଉପ ନିର୍ଦ୍ଧେଶକ ଯୋଜନା ଓ ସମନ୍ବୟ ଅଧିକାରୀ କଳାହାଣ୍ଡି ଓ ସମ୍ମାନିତ ଅତିଥିଭାବେ ଶୁଭାଶିଷ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଓ ଶୁଭଲକ୍ଷ୍ମୀ ନାୟକ ପୂର୍ବତନ ଯୁବ ସଂଯୋଜିକା, ନେହେରୁ ଯୁବ କେନ୍ଦ୍ର ଯୋଗ ଦେଇଥିଲେ। ସଭା ଆରମ୍ଭ ରେ ସ୍ୱାମୀ ବିବେକାନନ୍ଦ ଓ ନେହେରୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଓ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା। ଉକ୍ତ ସଭାରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ରୂପରେଖ, କରୋନା ଜନ ସଚେତନତା, ପ୍ଲାଜମା ଦାନ, ଯୁବକ ମାନେ କିପରି ଆତ୍ମନିର୍ଭରଶୀଳ ହେବେ ତାହା ଅତିଥି ବୃନ୍ଦ ବ୍ୟକ୍ତବ୍ୟ ରଖିଥିଲେ । କାର୍ଯକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଲେଖାପାଳ ଦୁତିଆ ବନ୍ଦୀଛୋଡ ପରିଚାଳନା କରିଥିବା ବେଳେ ଚିନ୍ମୟ ପଣ୍ଡା ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବିଭିନ୍ନ ଅନୁଷ୍ଠାନରୁ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।