-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ବଲାଙ୍ଗିର (ପ୍ରେରଣା ଖବର) : ତିରିଶ ରୁ ଅଧିକ ବର୍ଷ ଧରି ଲୋକ ସଂଗୀତକୁ ସାରଙ୍ଗୀ ବାଦ୍ୟଯନ୍ତ୍ର ଦ୍ଵାରା ଗୀତ ପରିବେଷଣ କରି ବଲାଙ୍ଗୀର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବଲାଙ୍ଗୀର ଜିଲ୍ଲା ଦୁଆନପାଲି ଗ୍ରାମର ଲୋକ କଲାକାର ବିରଞ୍ଚି ନାଏକ ତାଙ୍କର ମଧୁର ଗୀତ ଏବଂ ବାଦ୍ୟ ଲୋକଙ୍କୁ ଖୁବ୍ ମନୋରଞ୍ଜନ ଯୋଗାଉଥିଲା। ହେଲେ ବିରଞ୍ଚି ନାଏକଙ୍କ ଠାରୁ ଆଉ ଶୁଭିବନି ସାରଙ୍ଗୀର ସୁର ଶୁଣିବାକୁ ମିଳିବନି ଲୋକଗୀତ ଦୁଇମାସ ରୁ ଅଧିକ ଦିନଧରି ଜଣ୍ଡିସ୍ ରୋଗରେ ପୀଡିତ ଥିଲେ ଶ୍ରୀ ନାଏକ ହେଲେ ଆଜି ଭୋର୍ ୬ ଟାରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି।
ସେ ଥିଲେ ବହୁ କଲାର ଅଧିକାରୀ ସାରଙ୍ଗୀ କୁ ଛାଡି ଖଞ୍ଜଣୀ, ମୃଦଙ୍ଗ ସବୁଥିରେ ସେ ଥିଲେ ପାରଙ୍ଗମ। ଭୋରରୁ ଝଟକିନା ଉଠିପଡି ସାରଙ୍ଗୀ ଧରି ପାଖ ଗାଁ କୁ ଚାଲିଯାଉଥିଲେ ଏବଂ କିଛି ଚାଉଲ ପଇସା ଆଣି ନିଜ କୁଟୁମ୍ବ ଚଲାଉଥିଲେ ଶ୍ରୀ ନାଏକ। ସେ ବଲାଙ୍ଗୀର ଲୋକ ମହୋତ୍ସବ ଏବଂ ବିଭିନ୍ନ ମହୋତ୍ସବ ମାନଙ୍କରେ ତାଙ୍କର ସାରଙ୍ଗୀ ବାଦ୍ୟ ବଜାଇ ବେଶ୍ ଲୋକପ୍ରିୟତା ପାଇଥିଲେ l ଆଜି ଏଭଲି ଏକ କଲାକାରଙ୍କୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇ ପଡିଛନ୍ତି।