-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ଖପ୍ରାଖୋଲ (ବସନ୍ତ ମେହେର): ଜିଲ୍ଲା ପାଟଣା ମହାରାଜା ତଥା ଭାରତୀୟ ଜନତା ପାର୍ଟି ର ପୂର୍ବତନ ମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂ ଦେଓ ଆଜି ଖପ୍ରାଖୋଲ ବ୍ଲକ ଅଂଚଳର ଦିନିକିଆ ଗସ୍ତ ରେ ଆସି ନାନ୍ଦୁପଲା, ମହରାପଦର, ତେଲେନ ପାଲି ଖପ୍ରାଖୋଲ ପଞ୍ଚାୟତ ପରି ଭ୍ରମଣ କରି ଜୋନ ନ ୩ ର ନୂତନ ରୂପେ ଛିଡା ହୋଇଥିବା ଜିଲ୍ଲା ପରିଷଦ ପାର୍ଥୀନୀ ଏବଂ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ଙ୍କ
ଧର୍ମପତ୍ନୀ ଶ୍ରୀମତୀ ପାୟଲ ଅଗ୍ରୱାଲଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ଭୋଟରେ ଜୟଯୁକ୍ତ କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କୁ ନିବେଦନ କରିଥିଲେ ଏବଂ ତାଙ୍କ ସାଥିରେ ଖପ୍ରାଖୋଲ ବ୍ଲକ ସଭାପତି ଶଶୀ ଭୂଷଣ ପୂଝାରି, ପ୍ରବୀଣ ଅଗ୍ରୱାଲ, ପ୍ରହ୍ଲାଦ ଚାନ୍ଦ, କାଳିଆ ସାହୁ, ବସନ୍ତ ମେହେର,ଟୁନୁ ଭୋଇ, ବିସିକେଶନ ପୁଞ୍ଜି ଙ୍କ ସମେତ ବହୁ ଗ୍ରାମବାସୀ ଏବଂ ଦଳୀୟ କର୍ମକର୍ତା ସ୍ୱାଗତ କରିଥିଲେ l