-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ବାଇପାସ ସ୍ୱପ୍ନସାକାର ହେବ... କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ରଖିଲେ,ବାଇପାସ ରାସ୍ତାନିର୍ମାଣ ପାଇଁ ୨୩୮.୭୮କୋଟି ମଞ୍ଜୁର

12-Feb-2022



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀରରେ ଦିନକୁ ଦିନ ସହର ବଢିଚାଲିଥିବା ବେଳେ ଦୁର୍ଘଟଣା ମଧ୍ୟ ବଢିଚାଲିଛି । ସହର ଦେଇ ୨ଟି ଜାତୀୟ ରାଜପଥ ଯାଇଛି । ବହୁ ଦିନର ଦାବି ଓ ବହୁ ଆନ୍ଦୋଳନ ପରେ ବାଇପାସ ରାସ୍ତା ନିର୍ମାଣ ନେଇ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ଫେବୃୟାରୀ ୧୧ରେ ଦିଲ୍ଲୀରେ ବସିଥିବା ଷ୍ଟାଣ୍ଡିଙ୍ଗ ଫାଇନାନ୍ସକମିଟି(ଏସଏଫସି)ରେ ଜାତୀୟରାଜପଥର ୧୧.୬୭କିମି ବାଇପାସ ରାସ୍ତାର୍ନିର୍ମାଣ କରିବାକୁ ଅନୁମୋଦନ କରି ୨୩୮.୭୮କୋଟି ଟଙ୍କାର ଅନୁଦାନକୁ ମଞ୍ଜୁର କରାଯାଇଛି । ଏଣିକି ବାଇପାସ ପାଇଁ ଏନଏଚଆଇ ପକ୍ଷରୁ ଗ୍ଲୋବାଲ ଟେଣ୍ଡର କରାଯିବ ଓ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି ବଲାଙ୍ଗୀର ଏନଏଚ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ.ଜୟନ୍ତପ୍ରସାଦ ନାୟକ କହିଛନ୍ତି । ଗତକାଲିର ଏହି ଅନୁମୋଦନ ପରେ ବଲାଙ୍ଗୀରରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ତେବେ ଏହି ବାଇପାସ ପ୍ରକଲ୍ପରେ ଯିବାକୁଥିବା ଜଙ୍ଗଲଜମି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଏପର୍ଯ୍ୟନ୍ତ ମିଳିନାହିଁ । ସେହି ଅନୁମୋଦନ ପାଇଁ ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଭବାନୀପାଟଣା ଆରସିସିଏଫଙ୍କ ଜରିଆରେ ଭୁବନେଶ୍ୱର ରିଜିଓନାଲ ଅଫିସକୁ ପଠାଯାଉଛି ବୋଲି ସୂଚନା ମିଳିଛି । ସେପଟେ ଏହି ପ୍ରକଲ୍ପର ଅନୁମୋଦନ ପରେ ନେତାଙ୍କ ମଧ୍ୟରେ ଶ୍ରେୟର ଲଢାଇ ଆରମ୍ଭ ହୋଇଯାଇଛି । ସାଂସଦ ସଂଗୀତାକୁମାରୀ ସିଂଦେଓ ମନ୍ତ୍ରୀଙ୍କୁ ଭେଟି ଦାବିକରି ଅନୁମୋଦନ କରାଇଥିବା ବେଳେ ବଲାଙ୍ଗୀର ବିଧାୟକଙ୍କ ଗୋଷ୍ଠୀ ଏହାର ଶ୍ରେୟନେବାକୁ ସୋସିଆଲମିଡିଆରେ ଲାଗିପଡିଛନ୍ତି । 
  

    ପ୍ରକାଶ୍ୟ ଯେ,ଗତ କିଛିଦିନ ତଳେ ଦିଲ୍ଲୀରେ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଲ୍ପର ଆର୍ôଥକ ଅନୁଦାନକୁ ମଞ୍ଜୁରି ଦେଇ ଖୁବଶୀଘ୍ର କାମ ଆରମ୍ଭ କରାଇବାକୁ ଦାବିପତ୍ରଦେଇ ଆଲୋଚନା କରିଥିଲେ । ସେହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଗଡକରୀ ଏହାକୁ ଖୁବଶୀଘ୍ର ଅନୁମୋଦନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ତାଙ୍କ ପ୍ରତିଶୃତି ରକ୍ଷାକରି ବଲାଙ୍ଗୀର ବାଇପାସର ଅର୍ଥରô୍କ ଅନୁଦାନକୁ ମଞ୍ଜୁର କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଜାତୀୟରାଜପଥ ବିଭାଗ ପକ୍ଷରୁ ଏନଏଚ ୨୬ର ସମ୍ବଲପୁର ରୋଡର ମାଧିଆପାଲିଠାରୁ ଏକ ବାଇପାସ ବାହାରି ପୁଇଁତଲା ବ୍ଲକ ଦେଇ ଟିଟିଲାଗଡ ରୋଡର ବିଜାଖମନଠାରେ ମିଶିବ । ଉଭୟ ଜାତୀୟ ରାଜପଥ ୨୬ ଓ ୫୭କୁ ଏହା ସଂଯୋଗ କରିବ । ମୋଟ ୧୧.୭୬କିମି ବାଇପାସ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତାକୁ ଏନଏଚ ବିଭାଗ ବଲାଙ୍ଗୀର ଡିଭିଜନ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । କେନ୍ଦ୍ର ସରକାର ୨.୪.୨୦୦୯ରେ ଏହି ପ୍ରକଲ୍ପକୁ ପ୍ରଶାସନିକ ଅନୁମୋଦନ କରିଥିଲେ । ଜମି ଅଧିଗ୍ରହଣ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ ବଲାଙ୍ଗୀର ତହସିଲକୁ ୩୬ କୋଟି ଟଙ୍କା ଆସିଥିଲା । ଏହା ସହିତ ୬କୋଟି ୪୬ଲକ୍ଷ ଟଙ୍କା କଣ୍ଟିଜେନ୍ସିଂ ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ଆସିଥିଲା । କିନ୍ତୁ ଜମିଅଧିଗ୍ରହଣରେ ବିଳମ୍ବ ହେବା କାରଣରୁ ଜମିମାଫିଆଙ୍କ କଳାକାରନାମାରେ ଜମିସବୁ କିଣାବିକା ହୋଇ ଏହାର ଅଟକଳ ବଢଚାଲିଲା । ଶେଷରେ ୨୪୧କୋଟି ଟଙ୍କାର ଅଟକଳ ପଠାଯାଇଥିଲା । ତାହା ଅନୁମୋଦନ ନହୋଇ ଫେରିଆସିଥିଲା । ପରେ ଅଟକଳକୁ ୧୯୦କୋଟିରେ ସିମିତ ରଖି ପଠାଗଲା । ସେହି ଅର୍ଥ ଆସିଲା ପରେ ବଲାଙ୍ଗୀର ତହସିଲଦାରଙ୍କ ଜରିଆରେ ଜମିଅଧିଗ୍ରହଣ କରାଗଲା । ପ୍ରାୟ ୯୦% ଜମି ଅଧିଗ୍ରହଣ ହୋଇସାରିଛି । ୩୪ଏକର ଜଙ୍ଗଲଜମିର ଜଙ୍ଗଲଜମିର ଅନୁମତି ପାଇଁ ସର୍ଭେ କରାଯାଇ ଚିଠି କରାଯାଇଛି । ଏବେ ଟେଣ୍ଡର କଲାପରେ ଏନଏଚ ଡିଭିଜନ କାମ ଆରମ୍ଭ କରିବାକୁ ଯାଉଛି ବୋଲି ଏନଏଚ ଡିଭିଜନର ନିର୍ବାହୀଅଧିକାରୀ ଇଂ,ଜୟନ୍ତପ୍ରସାଦ ନାୟକ କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like