-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନରେ ଯାଉଥିବା ଟେମରୀ ଗ୍ରାମପଞ୍ଚାୟତ ରେ ଶ୍ରୀମତୀ ଜାହିଦା ବାନୁ ଚଳିତ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ ରେ ସମିତିସଭ୍ୟା ଭାବରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।ଟେମରୀ ଗ୍ରାମପଞ୍ଚାୟତ ର ବିଜୁଜନତା ଦଳ ର କର୍ମକର୍ତ୍ତା ଙ୍କ ନିମନ୍ତ୍ରଣ କ୍ରମେ ସେ ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ସମିତିସଭ୍ୟା ଭାବେ ନିର୍ବାଚନୀ ମଇଦାନ ରେ ଛିଡା ହୋଇଛନ୍ତି ବୋଲି କର୍ମୀ ମହଲ ଙ୍କ ଠାରୁ ପ୍ରକାଶ । ଜାହିଦା ବାନୁ ଙ୍କ ସ୍ୱାମୀ ଅଲତାପ ମହମ୍ମଦ ଏଇ ପଞ୍ଚାୟତ ରୁ ଗତଥର ବିପୁଳ ସଂଖ୍ୟାରେ ନିର୍ବାଚିତ ହୋଇ ପାଇକମାଳ ବ୍ଳକ ଅଧ୍ୟକ୍ଷ ଭାବେ ଦିର୍ଘ ୫ବର୍ଷ ଖୁବ୍ ସୁନ୍ଦର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।ଜନସେବା... ଇଶ୍ଵର ଙ୍କ ସେବା ବୋଲି ଶ୍ରୀମତୀ ବାନୁ ମତବ୍ୟକ୍ତ କରିଛନ୍ତି ।ଆଜି ଟେମରୀ ଗ୍ରାମପଞ୍ଚାୟତ ଅଧିନସ୍ଥ ସୋଢା ଗ୍ରାମ ଏବଂ
ଧାନ୍ଦୁପାଲି ଗ୍ରାମ ଅଭିମୁଖେ ନିର୍ବାଚନୀ ପ୍ରଚାର ରେ ବାହାରି ପ୍ରଥମେ ସୋଢା ଗ୍ରାମ ଏବଂ ପରେ ଧାନ୍ଦୁପାଲି ଗ୍ରାମ ରେ ନିର୍ବାଚନୀ ପ୍ରଚାର ସମୟ ବିପୁଳ ସଂଖ୍ୟାରେ ମହିଳା ଭୋଟର ଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନାରୀକୁ ସମ୍ମାନ ନାରା ତଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ଏକ ପ୍ରକାର ଝଲକ ଆଜିକାର ନିର୍ବାଚନୀ ରୋଡ଼ ସୋ ରେ ଦେଖିବାକୁ ମିଳିଥିଲା ।ଗ୍ରାମାଞ୍ଚଳ ରେ ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ଏଭଳି ନିର୍ବାଚନୀ ପ୍ରଚାର ବିରୋଧି ଏକ ପ୍ରକାର ଛାନିଆଁ ଭଳି ମନେ ହୁଏ । ଶ୍ରୀମତୀ ବାନୁ ଘର ଘର ବୁଲି କେଟଲି ଚିହ୍ନ ରେ ଭୋଟ ଦେଇ ଆଶ୍ରିର୍ବାଦ ଭିକ୍ଷା କରୁଥିବାର ଦେଖାଯାଇଥିଲା ।