-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ର ସଦର ଡାକ୍ତରଖାନା ରେ ଚାକିରୀ ଆରମ୍ଭ ରୁ ଶେଷ ଯାଏ କମ୍ପାଉଣ୍ଡର ରେଡ଼ିଓଲୋଜିଷ୍ଟ ଭାବେ ଖୁବ ନିଷ୍ଠା ଓ ଶୃଙ୍ଖଳାର କାର୍ଯ୍ୟ କରି ଆସିଥିବା ଶ୍ରୀ ରବୀନ୍ଦ୍ର ବେହେରା ୭୮ ଙ୍କ ଗତ ବୁଧବାର ଦିନ କଟକ ବଡ଼ ଡାକ୍ତରଖାନା ରେ ପରଲୋକ ଘଟିଥିବାରୁ ସୋନପୁର ସହର ରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ବେହେରା 40/50 ବର୍ଷ ପୂର୍ବରୁ ଏ ଅଂଚଳ ରେ ଜଣେ ପ୍ରତିଷ୍ଠିତ ତବଲା ବାଦକ, ଫୁଟବଲ ଖେଳାଳୀ, ଘରୋଇ ଡାକ୍ତର ଭାବେ ଖୁବ ପରିଚିତ ଥିବାରୁ ଆଜି ଏ ଦୁଃଖଦ ଖବର ସୋନପୁର ସହାବାସୀ ଙ୍କୁ ମର୍ମାହତ କରିଛି l ଯେତେବେଳେ ସୋନପୁର ଡାକ୍ତରଖାନା ରେ ଜଣେ ଦୁଇଜଣ ଡାକ୍ତର ଥିଲେ କମ୍ପାଉଣ୍ଡର ଶ୍ରୀ ବେହେରା ସାଇକଲ ରେ ସକାଳୁ ରାତି ୧୨ ଟା ଯାଏ ସହର ରେ ପ୍ରତି ଟି ଘରେ ଘରେ ଇଞ୍ଜେକେସନ, ଡ୍ରେସିଂ କରିବା ସହ ଅନବରତ ଭାବେ ଚିକିତ୍ସା ସେବା ଦେଇ ଆସିଛନ୍ତି l ବେହେରା ବାବୁ ଘରେ ପହଂଚି ଗଲେ ତାଙ୍କ ହସ ହସ ମୁହଁ କୁ ଦେଖିଲେ ରୋଗୀ ଙ୍କ ଅଧା ରୋଗ ଭଲ ହୋଇଯାଏ l ରାସ୍ତା ଘରେ ଘାଟ ରେ ବି ଅଟକି ଯାଇ ଲୋକଙ୍କୁ ଔଷଧ ଲେଖି ଦିଅନ୍ତି ତାହା ପୁଣି 2/4 ଟଙ୍କା ର ଔଷଧ, ସେଥିରେ ରୋଗୀ ର ରୋଗ ଭଲ ହୋଇଯାଏ l କାହାରିକୁ ବି କେବେ ତାଙ୍କର ଊଚ୍ଚ ନୀଚ ର ବିଚାର ନ ଥିଲା କି ଫିଜ ର ଡିମାଣ୍ଡ ନ ଥିଲା l ନିଜର ଡିଉଟି ସାଙ୍ଗେ ସାଙ୍ଗେ ସେ ସଂଗୀତ, ବାଦ୍ୟ ସାଧନା ରେ ମଧ୍ୟ ନିବୃତ ଥିଲେ l ଭଲ ଫୁଟବଲ ଖେଳାଳୀ ଭାବେ ମଧ୍ୟ ସେ ପରିଚିତ ଥିଲେ l ତାଙ୍କ ସଚ୍ଚୋଟ ପଣିଆ, ନିଷ୍ଠାପର, ନିସ୍ଵାର୍ଥପର, ଉତ୍ସର୍ଗୀକୃତ ସେବା ଓ ଅମାୟିକ ବ୍ୟବହାର ଆଗାମୀ ଯୁବ ପିଢୀ ତଥା ଯୁବ କଳାକାର ଓ ଡାକ୍ତର ମାନଙ୍କୁ ମଧ୍ୟ ପ୍ରେରଣା ଦେବ ନିଶ୍ଚିତ l ଶିବରାତ୍ରି ଉସ୍ସବ ହେଉ, ବିଭିନ୍ନ ସାହି ର ନାଟକ ଅପେରା ହେଉ କିମ୍ବା କୌଣସି ସ୍କୁଲ କଲେଜ ଉସ୍ସବ ହେଉ ସବୁଠି ଆଗେ ଖୋଜା ପଡନ୍ତି ପ୍ରସିଦ୍ଧ ତବଲା ବାଦକ ଶ୍ରୀ ରବୀନ୍ଦ୍ର ବେହେରା l ଘୋଡ଼ାଘାଟ ପଡା ର ରାମଲୀଳା ନାଟକ ଓ ସ୍ଥାନୀୟ ମଝିପଡ଼ା ର ନାଟକ ଅନୁଷ୍ଠାନ ରେ ସାମିଲ ହୋଇ କର୍ଣ୍ଣାଜୁନ, ତାପସ ନନ୍ଦିନୀ, ଦୁଷ୍ମନ୍ତ ଶକୁନ୍ତଳା ପ୍ରମୁଖ ପ୍ରସିଦ୍ଧ ନାଟକ ପରିବେଷଣ ବେଳେ ସହର ତଥା ଜ଼ିଲ୍ଲା ର ବିଭିନ୍ନ ଯାନୀ ଯାତ୍ରା ରେ ମ୍ୟୁଜିକ ଡାଇରେକ୍ଟର ଶ୍ରୀ ବେହେରା ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି l ସଂସ୍କାର ଭାରତୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଲତା ମଙ୍ଗେସକରଙ୍କ ସ୍ମୃତି ସଭାରେ ଗତ ବୁଧବାର ଦିନ ସ୍ବର୍ଗତ ବେହେରାଙ୍କ ଅମର ଆତ୍ମା ଶାନ୍ତି ସଦଗତି ପାଈଁ ସହର ବାସୀଙ୍କ ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଥିଲା l ଏବଂ ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ମହାନଦୀ ସାହିତ୍ୟ ସଂସଦପକ୍ଷରୁ ଶ୍ରୀ ବେହେରା ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଛି l