-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତର ଝାରମୁଣ୍ଡା ଠାରେ ୱାର୍ଲଡଭିଜନ ଇଣ୍ଡିଆ ସହାୟତାରେ ଅବସ୍ଥାପିତ ସୌରଶକ୍ତି ପାନୀୟ ଜଳଯୋଗାଣକୁ ମୁଖ୍ୟଅତିଥି ଏମଏଲଏ ଡ଼. ମୁକେଶ ମହାଲିଙ୍ଗ ଉଦଘାଟନ କରିଥିଲେ ଏହା ସହ ପାନୀୟ ଜଳର ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟାର ଦୂରୀକରଣ ତା ସହ କୋଭିଡି କଟକଣା ସମୟରେ ଲୋକଙ୍କୁ ମାସ୍କ ଓ ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେଲେ l ମଂଚାସୀନ ୱାର୍ଲଡ ଭିଜନ ଏଡ଼ିପି ଲୋଇସିଂହା ମ୍ୟାନେଜେର ଅମିନ ପାଣିଗ୍ରାହୀ, ଝାରମୁଣ୍ଡା ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲ ଇସମାଇଲ ହନୁମାନ ଧନ୍ୟବାଦ ଅର୍ପଣ କଲେ ଶେଷରେ ସଭାକୁ ସାଙ୍ଗ କରିଥିଲେ ଝାରମୁଣ୍ଡା ଆଥଲେଟିକ ଆସୋସିଏସନ ର ସଭାପତି ଶ୍ୟାମସୁନ୍ଦର ମେହେର l ଏହାସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଗାଁର ଗଉଁନ୍ତିଆ ସଦାନନ୍ଦ ଧରୁଆଙ୍କ ଉପସ୍ଥିତିରେ ଆଥଲେଟିକ ଆସୋସିଏସନ ଓ ସରପଞ୍ଚଙ୍କ ସହାୟତାରେ ଡ଼. ମୁକେଶ ମହାଲିଙ୍ଗ ବର୍ଦ୍ଧକ୍ୟଙ୍କୁ ଶୀତକାଳୀନ ସ୍ଥିତିରେ କମଳ ବାଣ୍ଟିଥିଲେ l