-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ବଲାଙ୍ଗିର,(ମଳୟ ମିଶ୍ରଙ୍କ ରିପୋର୍ଟ)- ବିଗତ କିଛି ବର୍ଷ ହେବ ଆପଣମାନେ କ୍ରମାଗତ ଭାବେ ବିଜେପି ଓ ବିଜେଡି ଦଳକୁ ନିଜର ବହୁ ମୁଲ୍ୟ ଭୋଟ ଦେଇ ଆସୁଛନ୍ତି । ଏହି ଦଳମାନଙ୍କୁ ମନଖୋଲି ଭୌଟ ଦେବା ସତ୍ୱେ ଆପଣମାନେ ସାଧାରଣ ମୌଳିକ ସୁବିଧା ମଧ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି । ନିର୍ବାଚନ ପରେ ଗ୍ରାମାଞ୍ଚଳ ର ଅବସ୍ଥା ଯଉଟା କୁ ସେଇଟା ରହୁଛି । ଇତିହାସ ସାକ୍ଷୀ ଅଛି ଗାଁର ବିକାଶ ଓ ଗ୍ରାସମବାସୀଙ୍କ ଉନ୍ନତିକୁ କେବଳ କଂଗ୍ରେସ ଦଳ ହିଁ ପ୍ରାଧାନ୍ୟ ଦେଇଛି । ତେଣୂ କଂଗ୍ରେସ ଦ୍ୱାରା ହିଁ ଗାଁର ବିକାଶ ସମ୍ଭବ ହୋଇଥାଏ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋଇସିଂହା ବ୍ଲକ ୩୪ନଂ ଜୋନର କଂଗ୍ରେସ ପ୍ରାର୍ଥିନୀ ସବିତା କାଲସାଏଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି । ଲୋଇସିଂହା ବ୍ଲକର କୁସମେଲ, ଲଙ୍କାବାହାଲ, ଗୁଙ୍ଗି, ଗଡଶଙ୍କର ଡୁଙ୍ଗୁରିପାଲି, ରାଙ୍ଗାଲି, ତାଲଜୁରି, ଫାଲସମାଲ, ଉପରବାହାଲ ଓ ଗେର୍ଟି ଗାଁ ବୁଲିଲା ବେଳେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟ ଆସିଲେ ବିଭିନ୍ନ ଦଳ ବିଗତ ଦିନର ନିଷ୍କ୍ରିୟତା ଓ ବିଫଳତା ଲୁଚାଇବା ପାଇଁ ଜନତାଙ୍କୁ ଭୟ ତଥା ପ୍ରଲୋଭନ ଦେଖାଇ ପୁଣି ଥରେ ଭୋଟ ହାତେଇବା ପାଇଁ ହିନ ପ୍ରୟାସ
କରିଥାନ୍ତି । ତେଣୂ ଲୋକେ ନିର୍ବାଚନରେ ପ୍ରାର୍ଥିଚୟନ ସମୟରେ ଭୟ ତଥା ପ୍ରଲୋଭନର ବଶବର୍ତ୍ତି ହୁଅନ୍ତୁ ନାହିଁ । କେବଳ ଗାଁର ସାମୁହିକ ସ୍ୱାର୍ଥ ଓ ବିକାଶକୁ ପ୍ରାଥମିକତା ଦେଇ ପ୍ରାର୍ଥି ଚୟନ କରନ୍ତୁ । ବିଜେପି ଓ ବିଜେଡି ଉଭୟ ଦଳ ଆପଣମାନଙ୍କ ଠାରୁ ଭୋଟ ନେବାପରେ ବିଶ୍ୱାସରେ ବିଷ ଦେଇଛନ୍ତି । ଏପରି ସ୍ଥଳେ କଂଗ୍ରେସ ଦଳ ହିଁ ଆପଣମାନଙ୍କ ସମ୍ମୁଖରେ ଏକମାତ୍ର ବିକଳ୍ପ । ତେଣୂ ଆପାଣମାନେ କଂଗ୍ରେସ ପ୍ରାଥିନୀ ସବିତା କାଲସାଏଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଂଚଳର ବିକାଶରେ ସହାୟକ ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଓ ପ୍ରାଥିନୀ ସବିତା କାଲସାଏଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ସନାତନ ସିଂ, ସଞ୍ଜୟ ଗଡତିଆ, ଟଙ୍କଧର ଗଡତିଆ ଓ କୁନ୍ତଳା ଗଡତିଆ ପ୍ରମୂଖ ଉପସ୍ଥିତ ଥିଲେ ।